ରାଜ୍ୟ

ଛେଳି ଚରାଇବାକୁ ଯାଇଥିଲେ, ଭାଲୁ ଆକ୍ରମଣରେ ଜେମାଦାର ଗୁରୁତର

ଉଦଳା ୧୭।୧୧ : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଜେମାଦାର ସିଂହଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଜେମାଦାର ସିଂ ଛେଳି ଚରାଇବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଛେଳି ଚରାଉଥିବା ବେଳେ ହଠାତ ଏକ ଭାଲୁ ଆକ୍ରମଣ କରିଥିଲା । ଭାଲୁଟି ଜେମାଦାରଙ୍କ ହାତକୁ କାମୁଡି ଦେଇଥିବା ବେଳେ ସେ ଗୁରୁତର ହୋଇପଡ଼ିଥିଲେ । ଘଟଣା ବାବଦରେ ପରିବାର ଲୋକେ ଜାଣିବା ପରେ ଜେମାଦାରଙ୍କୁ ଶରତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। କେବଳ ହାତ ନୁହେଁ ଶରୀରର ଅନେକ ସ୍ଥାନରେ ଭାଲୁ ଆକ୍ରମଣରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।