ଅପରାଧ ରାଜ୍ୟ

ଛୁଟିରେ ଗଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ! ୯ରୁ ୧୫ ଯାଏଁ ଛୁଟିରେ ରହିବାକୁ ମାଗିଲେ ଅନୁମତି

ପୁରୀ ୦୭।୦୬ : ଛୁଟିରେ ଗଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା। ବ୍ୟକ୍ତିଗତ ଅସୁସ୍ଥତା ଦର୍ଶାଇ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି ଇନ୍ସପେକ୍ଟର। ୯ରୁ ୧୫ ଯାଏଁ ଛୁଟିରେ ରହିବାକୁ ମାଗିଲେ ଅନୁମତି। ନିଶା ମାଫିଆଙ୍କଠାରୁ ପୁରୀ ପୋଲିସ ମାସିକିଆ ବଟି ନେଉଥିବା ଅଭିଯୋଗ କରି ଚିଠି ଲେଖିଥିଲେ ସଞ୍ଜୟ।

ତେବେ ଅବକାରୀ ମିଡିଆରେ ଆଗରେ ମୁହଁ ଖୋଲିବା, ଅବକାରୀ ଇନ୍ସପେକ୍ଟରୁ ମହଙ୍ଗା ପଡିଲାକି ? ବ୍ୟକ୍ତିଗତ କାରଣ ପାଇଁ ଛୁଟିରେ ଯାଇଛନ୍ତି ନା କାହା ଚାପରେ ଛୁଟି ନେଇଛନ୍ତି ଏହି ଅବକାରୀ ଇନ୍ସପେକ୍ଟର । ଏପିରିକି ଏହି ସଙ୍ଗୀନ ମାମଲାକୁ ଚପାଇଦେବାକୁ ଆଉ ହେଉନି ତ ଷଡଯନ୍ତ୍ର ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ନିଶା ମାଫିଆଙ୍କଠାରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି ପୁରୀ ଜିଲ୍ଲାର ଥାନା ଅଧିକାରୀମାନେ । ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଅବକାରୀ କମିସନର୍‌ଙ୍କୁ ଏଭଳି ଚାଞ୍ଚଲ୍ୟକାରୀ ଚିଠି ଲେଖିଥିଲେ ପୁରୀ ଜିଲ୍ଲାର ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।