କଣ୍ଟାବାଞ୍ଜି ୩୦।୭: ଛୁଆ ଚୋର ସନ୍ଦେହ କରି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଥାନାରେ ଜିମା ଦେଲେ ଗାଁ ଲୋକ । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କନ୍ଦେଇ ପଂଚାୟତ ଟିକରାପଡା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଗାଁରେ ଜଣେ ଅଣଓଡ଼ିଆ ବୁଲାବୁଲି କରୁଥିବା ବେଳେ ତାଙ୍କୁ କିଛି ଲୋକ ଗାଁରେ କ’ଣ କରୁଛ ବୋଲି ପଚରାଉଚରା କରିଥିଲେ । ସେ ଠିକରେ ଓଡ଼ିଆ ଭାଷା କହି ପାରୁନଥିବା ବେଳେ ଛୁଆ ଚୋର ହୋଇଥିବା ଅଭିଯୋଗ କରି ଗାଁ ଲୋକ ମାଡ଼ ମାରି ରାତିରେ ହିଁ ତୁରେକେଲା ଥାନାରେ ଜିମା ଦେଇଥିଲେ । ତୁରେକେଲା ପୋଲିସ ଏ ଘଟଣାର ତଦନ୍ତ ଜାରି ରଖିଛି ।