ସୋର ୨୩।୬: ଦୁଇ ଯୁବକଙ୍କୁ ଗ୍ରାମବାସୀ ଧରି ନିର୍ଧୁମ ଛେଚିବା ସହ ଲଣ୍ଡା କଲେ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ସୋଲଟ ରୋଡ଼ କାନକଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ସୋଲଟ ରୋଡ଼ କାନକଟା ରାସ୍ତାରେ ଗାଡି ଚାଳକ ଓ ଲୋକଙ୍କୁ ଭୟଭୀତ କରି ଛିନତାଇ କରୁଥିଲେ ଦୁଇ ଯୁବକ । ଉଭୟକୁ ଗ୍ରାମବାସୀ କାବୁ କରି ନିର୍ଧୁମ ଛେଚିଥିଲେ । ଏହାସହ ଉଭୟଙ୍କୁ ଲଣ୍ଡା କରିଥିଲେ ଗ୍ରାମବାସୀ । ଏହାସହ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକ ଦୁଇ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଦୁଇ ଯୁବକ ହେଲେ ବାଲେଶ୍ଵର ଆଲଦିଆର ରାକେଶ ଦାଶ ଓ ପୁରୁଣା ବାଲେଶ୍ଵର ଅଞ୍ଚଳର ଚିକୁ ମାହାଳିକ ।