ରାଜ୍ୟ

ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଲା ଇଆରଭି ଭ୍ୟାନ: ମହିଳା ଏସଆଇଙ୍କ ସମେତ ୪ ଗୁରୁତର

ବୌଦ୍ଧ: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ଅନ୍ୟ ଗାଡ଼ି ପାଇଁ କାଳ ହେଉଛି। ରାସ୍ତାକଡ଼ରେ ଛଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଇଆରଭି ଭ୍ୟାନ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ଜଣେ ଏସଆଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ମନମୁଣ୍ଡା ଥାନାରେ ଥିବା ଇଆରଭି(ଇମରଜେନ୍ସି ରେସ୍ପନ୍ସ ଭ୍ୟାନ୍) (ଓଡି-୦୫-ବିଇ-୪୯୨୦) ବୁଧବାର ରାତିରେ ବାଉଁଶୁଣି ଅଞ୍ଚଳରେ ଦୁର୍ଘଟଣାର ଖବର ପାଇ ଯାଇଥିଲା। ଫେରିବା ବେଳେ ବାଇପାସ ନିକଟ ପେଟ୍ରୋଲ ପମ୍ପ ନିକଟରେ ଛଡ଼ା ହୋଇଥିବା ଏକ ଟ୍ରକ(ଓଡି-୨୧-ଏଫ-୮୦୨୬)କୁ ଦ୍ରୁତ ଗତିରେ ପଛ ପଟରୁ ଧକ୍କା ଦେଇଥିଲା। ଭ୍ୟାନରେ ଥିବା ଚାରି ଜଣଙ୍କ ମଧ୍ୟରୁ ଏସଆଇ ମାମିଲତା ସାମଲ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ମନମୁଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କ କଟକ ସ୍ଥାନାନ୍ତର କରାଯାଇଛି। ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।