ରାଜ୍ୟ ସ୍ପେଶାଲ ରିପୋର୍ଟ

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ: ପୁଲିସ-ଛାତ୍ର କଂଗ୍ରେସ କର୍ମକର୍ତ୍ତା ଧସ୍ତାଧସ୍ତି

ଭୁବନେଶ୍ବର: ଆଜି ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ଛାତ୍ର ଆଣିବେ ପରିବର୍ତ୍ତନ’ କାର୍ଯ୍ୟକ୍ରମରେ ଆଜି ଛାତ୍ର କଂଗ୍ରେସର କର୍ମକର୍ତ୍ତା ଏକ ବିକ୍ଷୋଭ ସମାବେଶରେ ରାଜମହଲ ଛକ ନିକଟରୁ ବାହାରି ଶିଶୁ ଭବନ ଛକ ଦେଇ ନବୀନ ନିବାସ ଅଭିମୁଖେ ଯାଇଥିଲେ। ଶିଶୁ ଭବନ ଛକଠାରେ ପୁଲିସ ସହ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କ ଧସ୍ତାଧସ୍ତି ହୋଇଥିଲା। କିଛି କର୍ମକର୍ତ୍ତା ଟମାଟୋ ମାଡ଼ କରିଥିଲେ। ପରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ଅନ୍ୟମାନଙ୍କୁ ପୁଲିସ ଉଠାଇ ନେଇଥିଲା।

ଏହି ଅବସରରେ ୟାସିର କହିଥିଲେ ଯେ ନବୀନ ସରକାର ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବାକୁ କହିଥିଲେ। ହେଲେ ଏହି ନିଯୁକ୍ତି କୁଆଡ଼େ ଗଲା? ବିରୋଧୀ ଦଳକୁ ଦୁର୍ବଳ କରିବା ଓ ଛାତ୍ର ନେତୃତ୍ବ ସୃଷ୍ଟି କରି ନ ଦେବା ପାଇଁ ୨୦୧୮ ମସିହାଠାରୁ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦିଆଯାଇଛି। ୫୧ଟି ସରକାରୀ ଡିଗ୍ରି କଲେଜରେ ୪୫% ଅଧ୍ୟାପକ ପଦବି ଖାଲି ପଡ଼ିଛି। ଉତ୍କଳ, ରେଭେନ୍‌ସା, ଫକୀର ମୋହନ ବିଶ୍ବବିଦ୍ୟାଳୟ ପ୍ରଭୃତିରେ ୭୦% ଅଧ୍ୟାପକ ନାହାନ୍ତି। କଲେଜ ଓ ବିଶ୍ବବିଦ୍ୟାଳୟରେ ବିଜେଡିର କର୍ମକର୍ତ୍ତା ଓ ସମର୍ଥକମାନେ ଆତଙ୍କରାଜ ଚଳାଇଛନ୍ତି। ଅନ୍ୟ ଦଳ ଛାତ୍ର ସଂଗଠନକୁ ଆକ୍ରମଣ କରିବାକୁ ପଛାଉନାହାନ୍ତି। ଶିକ୍ଷାନୁଷ୍ଠାନରେ ମୌଳିକ ସମସ୍ୟାକୁ ପୂରଣ ନ କରି ସମନ୍ବିତ ଯୁବ ବିକାଶ ଓ ନୂଆ-ଓ ଭଳି କାର୍ଯ୍ୟକ୍ରମ ଜରିଆରେ ଛାତ୍ର ସମାଜକୁ ଭୂଆଁ ବୁଲାଇବା ପାଇଁ ପ୍ରଚେଷ୍ଟା ଚାଲିଛି।

ସେହିପରି ଓଡ଼ିଶାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବେକାରୀ, ଶିକ୍ଷାନୁଷ୍ଠାନରେ ଦୁର୍ନୀତି, ଖଣି, ପାଣି, ଚିଟ୍‌ଫଣ୍ଡ, ଛାତ୍ରବୃତ୍ତି ଭଳି ଦୁର୍ନୀତି ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି। ଓଡ଼ିଆ ଯୁବକଯୁବତୀ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି। ଅଣ ଓଡ଼ିଆଙ୍କ ଶାସନ ପାଇଁ ଓଡ଼ିଆ ଯୁବବର୍ଗ ସବୁ କ୍ଷେତ୍ରରେ ଉପେକ୍ଷିତ ହୋଇଛନ୍ତି। ତେଣୁ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଛାତ୍ର ସମାଜ ରାଜ୍ୟର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ୟାସିର ଆହ୍ବାନ କରିଛନ୍ତି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାୟ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ବିଶ୍ବଜିତ ଦାଶ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ନିହାର ବେହେରା, ଗଣେଶ ଦାସ, ସୁନୀଲ ମାଟିଆ, ଭାଗ୍ୟଶ୍ରୀ ମହାନ୍ତି, ଲିପ୍ସା ନାୟକ, ସୁଜନୀକା ରାଉତ, ମହମ୍ମଦ ତାକୁୱିନ, ଅଙ୍କିତ ସାହୁ, ମିହିର ଆଚାର୍ଯ୍ୟ, ତରୁଣ ମିଶ୍ର, ବଟକୃଷ୍ଣ ରାଉତରାୟ ଓ ଅନ୍ୟମାନେ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।