ଅପରାଧ ରାଜ୍ୟ ସ୍ୱାସ୍ଥ୍ୟ

ଛାତ୍ରୀ ନିବାସରେ ୪୦ରୁ ଅଧିକ ଛାତ୍ରୀ ଅସୁସ୍ଥ, ନିମ୍ନମାନର ଖାଦ୍ୟ ଯୋଗୁଁ ଅସୁସ୍ଥ ହୋଇଥିବା ଅଭିଯୋଗ

ତେଲକୋଇ ୨୪।୮: ହଷ୍ଟେଲ ଖାଦ୍ୟ ଖାଇ ୪୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ଗାଁରେ ।

ସୂଚନାଯୋଗ୍ୟ ଯେ, ରାଇସୁଆଁ ଗାଁରେ ଥିବା ଆଶ୍ରମ ସ୍କୁଲରେ ମଙ୍ଗଳବାର ସକାଳୁ ଛାତ୍ରୀଙ୍କୁ ସୁଜି ଦିଆଯାଇଥିବା ବେଳେ ୧୦ ବେଳକୁ ଭାତ ସୋୟାବିନ, ଡାଲି ଦିଆଯାଇଥିବା ବେଳେ ସନ୍ଧ୍ୟା ବେଳେ ପଖାଳକୁ ଭଜା ଦିଆଯାଇଛି । ତାପରେ ଛାତ୍ରୀମାନଙ୍କର ମୁଣ୍ଡ ବ୍ୟଥା, ଜ୍ବର ଝାଡାବାନ୍ତି ଆରମ୍ଭ ହୋଇଥିଲା । ପ୍ରଥମେ ୧୨ ଜଣଙ୍କୁ ମେଡିକାଲ ଅଣାଯାଇଥିବା ବେଳେ ବିଳମ୍ବିତ ରାତିରେ ୨୬ ଜଣ ଓ ସକାଳ ୪ଟା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନିମ୍ନମାନର ଖାଦ୍ୟ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସରକାର ସରକାରୀ ହଷ୍ଟେଲରେ ପିଲାଙ୍କୁ ସୁଷମ ଖାଦ୍ୟ ଯୋଗାଉଥିବା ବେଳେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ସନ୍ଧ୍ୟା ସମୟରେ ପିଲାଙ୍କୁ ପଖାଳ ଖାଇବାକୁ ଦେବା ଖାଦ୍ୟ ସାରଣୀରେ ନଥିବା ବେଳେ କିଭଳି ସେମାନଙ୍କୁ ପଖାଳ ପରଷା ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପଖାଳ ଖାଇବା ପରେ ପିଲାଙ୍କର ଦେହ ଅସୁସ୍ଥ ହେବା ଆରମ୍ଭ ହୋଇଥିଲା । ତେଣୁ ପଖାଳରେ କୌଣସି ବିଷାକ୍ତ ଜିନିଷ ପଡିଥିବା ଅନୁମାନ କରାଯାଉଛି । ଏହାର ତଦନ୍ତ ହେବା ଆବଶ୍ୟକ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ