ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଧ୍ୟାନ ଦେଲେନି ୱାଡେନ୍‌; ଗଣେଷ ପୂଜା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ

ଉଦଳା ୦୧/୦୯: ଗତକାଲି ଗଣେଷ ପୂଜାରେ ହୋଇଥିବା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ। ଏହି ଅସୁସ୍ଥ ୧୨ ଛାତ୍ରୀ ହଷ୍ଟେଲ ଅନ୍ତେବାସିନୀ ହୋଇଥିବା ଜଣାଯାଇଛି। ଖୁଣ୍ଟା ବ୍ଲକ ଧାନଘେରା ଏକଲବ୍ୟ ମଡେଲ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ବିଦ୍ୟାଳୟରେ ଗଣେଷ ପୂଜା ହୋଇଥିବା ବେଳେ ଛାତ୍ରୀମାନେ ପୂଜା ଭୋଗ ଖାଇଥିଲେ। ପରେ ନାଚି ଥିଲେ। ତେବେ ଆଜି ହଠାତ ୧୨ ଅନ୍ତେବାସିନୀଙ୍କ ଶରୀର ଅସୁସ୍ଥ ହେବା ସହିତ ମୁଣ୍ଡ ବୁଲାଇଥିଲା ଓ ବାନ୍ତି ହୋଇଥିଲା। ହଷ୍ଟେଲ ୱାର୍ଡେନ ଛାତ୍ରୀଙ୍କୁ ଚିକିତ୍ସା କରିବା ପାଇଁ ଉଦଳା ଡାକ୍ତରଖାନାକୁ ନେଇଥିଲେ।ସେଠାରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସତ୍ୱେ ସେମାନଙ୍କୁ ଡାକ୍ତରଙ୍କ ପାଖରେ ଦେଖାଇ ପୁଣିଥରେ ୱାର୍ଡେନ ହଷ୍ଟେଲକୁ ନେଇ ଯାଇଥିବା ଦେଖିବାକୁ ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ