ଅପରାଧ ରାଜ୍ୟ

ଛାତ୍ରୀଙ୍କୁ ଯୌନ ନିର୍ଯାତନା ! ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର ୦୨।୦୮ : ଅଧ୍ୟାପକଙ୍କ ନାଁ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଛାତ୍ରୀଙ୍କ ଯୌନ ନିର୍ଯାତନାର ଅଭିଯୋଗ ଆସିଛି । ଘଟଣାର ଛାନ୍‌ଭିନ୍ ଆରମ୍ଭ ହୋଇଛି ।

ଖବର ଅନୁଯାୟୀ, ଶ୍ରୀଜୟଦେବ କଲେଜ ଅଫ ଏଜୁକେସନ ଓ ଟେକ୍ନୋଲୋଜିରେ ଅଧ୍ୟାପକଙ୍କ ନାଁ ରେ ଯୌନ ନିର୍ଯାତନା ଅଭିଯୋଗ । ସେ ମାସ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। କଲେଜର ଯୁକ୍ତ ୩ ବିଜ୍ଞାନ ବିଭାଗ ଛାତ୍ରୀ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ଘଟଣାକୁ କଲେଜରେ ଚାପି ଦେବା ପାଇଁ ଚେଷ୍ଟା କରିଥିଲେ କର୍ତ୍ତୃପକ୍ଷ । ଉଭୟ ଅଧ୍ୟାପକ ଓ ଛାତ୍ରୀଙ୍କୁ ପଚରା ଉଚୁରା ସହ କଲେଜ କମିଟିର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଘଟଣାର ରିପୋର୍ଟ ପ୍ରଦାନ କରିଥିଲେ।

ଅନ୍ୟପଟେ ଏହି ଘଟଣା ଉଚ୍ଚ ଶିକ୍ଷା ବିଭାଗ ନଜରକୁ ଆସିବା ପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ କଲେଜକୁ ଚିଠି ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଏହି ସମ୍ବେଦନଶୀଳ ଘଟଣା ବାବଦରେ ଥାନାରେ ଅଭିଯୋଗ ନକରି କାହିଁକି କଲେଜରେ ଚାପି ରଖିବାକୁ ଚେଷ୍ଟା କରାଯାଇଛି ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।