କଳା ଓ ସଂସ୍କୃତି ଦେଶ ବିଦେଶ

ଛାତ୍ରୀଙ୍କୁ ଅସଦାଚରଣ ଓ ହ୍ୱାଟ୍ସଆପରେ ଅଶ୍ଳୀଳ ମେସେଜ୍ ପଠାଇବା ଅଭିଯୋଗରେ ପ୍ରସିଦ୍ଧ ମୃଦଙ୍ଗ ବାଦକ ପଣ୍ଡିତ ରବିଶଙ୍କର ଗିରଫ

ନୂଆଦିଲ୍ଲୀ ୧୯/୧୨ : ଦିଲ୍ଲୀରେ ପ୍ରସିଦ୍ଧ ମୃଦଙ୍ଗ ବାଦକ ରବିଶଙ୍କର ଉପାଧ୍ୟାୟଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚରଣ ଓ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣକ ନିଜ ଅଭିଯୋଗରେ କହିଥିଲେ ଯେ ରବି ଶଙ୍କର ଉପାଧ୍ୟାୟ ବହୁ ଦିନ ହେଲା ଟ୍ରେନିଂ ସମୟରେ ତାଙ୍କୁ ଅସଦାଚରଣ କରୁଥିଲେ ଏବଂ ହ୍ୱାଟ୍ସଆପରେ ଅଶ୍ଳୀଳ ମେସେଜ ପଠାଇ ହଇରାଣ ହରକତ କରୁଥିଲେ। ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରି ରବିଶଙ୍କର ଉପାଧ୍ୟାୟଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମାମଲା ରୁଜ୍ଜୁ କରିଥିବା ଛାତ୍ରୀଙ୍କ ବୟସ ୨୩ ବର୍ଷ। ଡିସେମ୍ବର ୧୨ ତାରିଖରେ ଛାତ୍ରୀ ନିଜ ମା’ଙ୍କ ସହ ଚାଣକ୍ୟପୁରୀ ପୋଲିସ ଥାନାରେ ମାମଲା ରୁଜ୍ଜୁ କରିଥିଲେ ଯେ ସେ ଚାଣକ୍ୟପୁରୀ କଥକ କେନ୍ଦ୍ର-୨ ରେ ୩ ବର୍ଷର ଡିପ୍ଲୋମା ଅନର କରୁଛନ୍ତି। ତାଙ୍କର ମୃଦଙ୍ଗ ଶିକ୍ଷକ ରବିଶଙ୍କର ଉପାଧ୍ୟାୟ ଟ୍ରେନିଂ ସମୟରେ ତାଙ୍କୁ ଶରୀରରେ ବିଭିନ୍ନ ଅଙ୍ଗରେ ଛୁଅନ୍ତି, ଅସଦାଚରଣ ଉଦ୍ୟମ କରନ୍ତି ଏବଂ ହ୍ୱାଟ୍ସଆପରେ ଅଶ୍ଳୀଳ ମେସେଜ ପଠାନ୍ତି।

ଡିସେମ୍ବର ୧୪ ତାରିଖରେ ସେ ପୁଣି ଥାନାରେ ଅଭିଯୋଗ କରିଥିଲେ। ରବିଶଙ୍କର ତାଙ୍କ ମଥାରେ ଚୁମ୍ବନ କରିଥିବା ସେ ଅଭିଯୋଗ କରିଥିଲେ। ସେ ତାଙ୍କ ସହ ଜୋର ଜବରଦସ୍ତି କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ। ଛାତ୍ରୀଙ୍କ ଅଭିଯୋଗ ପରେ ଚାଣକ୍ୟପୁରୀ ଥାନା ପୋଲିସ ରବିଶଙ୍କରକୁ ଗିରଫ କରିଛି। ରବିଶଙ୍କରକୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,