ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଷୟରେ ଲାଗିଲା ବ୍ୟାକ୍‌, କଲେଜ୍‌ ପରିସରରେ ଉତ୍ତେଜନା

ଭଦ୍ରକ, ୧୭/୦୩: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା ଦେଖାଯାଇଛି । +୩ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ସମସ୍ତ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀ ମାନଙ୍କ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାରେ ଵ୍ୟାକ ଲାଗିଥିବା ନେଇ ଏହି ଉତ୍ତେଜନା ଲାଗିରହିଥିବା ଜଣାପଡ଼ିଛି ।

କଲେଜର ମୁଖ୍ୟ ଫାଟକ ତାଲା ପକାଇ ବିକ୍ଷୋଭ ଛାତ୍ର ଛାତ୍ରୀମାନେ କରୁଛନ୍ତି । କରୋନା ସମୟରେ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହୋଇନଥିବା ବେଳେ କିପରି ବ୍ୟାକ ଲାଗିଲା ତାହାକୁ କେନ୍ଦ୍ର କରି ଅଶାନ୍ତି ଦେଖା ଦେଇଛି । ଗତକାଲି ଏହି ସେମିଷ୍ଟାର ପରୀକ୍ଷାର ରେଜଲ୍ଟ ବାହାରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ମାନଙ୍କର ବ୍ୟାକ ରହିଥିଲା । ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ଯାହାର ପ୍ରଥମ ସେମିଷ୍ଟାରରେ ବ୍ୟାକ ଥିଲା ତାଙ୍କର ଦ୍ୱିତୀୟ ସେମିଷ୍ଟାରରେ ଵ୍ୟାକ କରାଯାଇଛି । ତେଵେ ଅଧ୍ୟକ୍ଷ କହିଛନ୍ତି ସରକାରଙ୍କ ନିୟମାନୁସାରେ ସମସ୍ତ କାର୍ଯ୍ୟ କରାଯାଇଛି । ତେବେ ଛାତ୍ର ଅଶାନ୍ତି ଦେଖି ପଦକ୍ଷେପ ନିଆଯିବ ବୋଲି ସେ କହିଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି