ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଛାତ୍ରଛାତ୍ରୀଙ୍କ ପାଇଁ ମାଇକ୍ରୋସଫ୍ଟ ଆଣୁଛି ସ୍ୱତନ୍ତ୍ର ଲାପଟପ୍, ଜାଣନ୍ତୁ କଣ ରହିଛି ଖାସିୟତ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପକ୍ଷରୁ ଆସନ୍ତାକାଲି ନିଜର ଏଜୁକେସନ୍ ଇଭେଣ୍ଟରେ ନୂତନ ସରଫେସ୍ ଲାପଟପ୍ ଲଞ୍ଚ କରିବାକୁ ଯାଉଛି । ନିଜର ଲାପଟପ୍ ସିରିଜ୍ କୁ ଆଗକୁ ବଢ଼ାଇବା ପାଇଁ ମାଇକ୍ରୋସଫ୍ଟ୍ ଖାସ୍ କରି ଛାତ୍ରଛାତ୍ରୀଙ୍କ ପାଇଁ ଏହି ଲାପଟପ୍ ଆଣୁଛି । କୁହାଯାଉଛି ଏହି ଲାପଟପ୍ ବର୍ତ୍ତମାନର ସରଫେସ୍ ଲାପଟପ୍ ଗୋ ଠାରୁ ଛୋଟ ।

ତେବେ ମାଇକ୍ରୋସଫ୍ଟ ନିଜର ଏହି ଡିଭାଇସ୍ କୁ କୋଡନେମ୍ “Tenjin” ଦିଆଯାଇଛି । ଏହି ଲାପଟପ୍ ର ଡିସପ୍ଲେ ୧୧.୬ ଇଞ୍ଚର ହୋଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଏଥିରେ ୧୩୬୬ ଙ୍ଘ ୭୬୮ ରିଜଲ୍ୟୁସନ୍ ଦିଆଯିବା ସହିତ ୮ଜିବି ରାମ୍ ଦିଆଯାଇଛି । କ୍ଲାସରୁମ୍ ରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଲାପଟପ୍ ଅନେକ କାମରେ ଆସିପାରେ ବୋଲି ମାଇକ୍ରୋସଫ୍ଟ ମତ ପ୍ରକାଶ କରିଛି ।

ଏହାର ଦାମ୍ ୪୦୦ ଡଲାର୍ ଅର୍ଥାତ୍ ପାଖାପାଖି ୩୦ ହଜାର ଟଙ୍କା ରହିବ । ଏହା ବଜାରରେ କ୍ରୋମବୁକ୍ କୁ ଟକ୍କର ଦେଇପାରେ । ବଜାରରେ ଅନେକ ଗୁଡ଼ିଏ କମ୍ପାନୀର ଲାପଟବ୍ ଉପଲବ୍ଧ ରହିଛି । କିନ୍ତୁ ମାଇକ୍ରୋସଫ୍ଟର ସବୁଠାରୁ ବଡ଼ ପ୍ରତିଯୋଗୀ ହେଉଛି କ୍ରୋମବୁକ୍ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି