ରାଜ୍ୟ ସ୍ପେଶାଲ ରିପୋର୍ଟ

ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ: ପିଲାମାନେ, ବଡ଼ ହେଲେ କଣ ହେବ?

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ହୋଇଆସୁଥିବା ‘ସର୍ଗିଫୁଲ’ ମହୋତ୍ସବ (୧୦ମ ସଂସ୍କରଣ) ଆଜି ଆଦିବାସୀ ପଡ଼ିଆରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।
ସରଗି ଫୁଲ ଶିଶୁ ମହୋତ୍ସବରେ ଶିଶୁଙ୍କୁ ସଫଳତାର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଲେ, ପିଲାମାନେ ବଡ଼ ହେଲେ କଣ ହେବ? ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ‘ସର୍ଗିଫୁଲ’ ମହୋତ୍ସବରେ ଯୋଗ ଦେଇ ମୁଁ ଖୁବ ଖୁସି। ଏବେ ରାଜ୍ୟରେ ୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ବିଭିନ୍ନ ଛାତ୍ରାବାସରେ ରହି ପଢ଼ୁଛନ୍ତି। ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଶହେଟି ନୂଆ ହଷ୍ଟେଲ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।
ଓଡ଼ିଶାରେ ଜାନୁଆରି ୨୦୨୩ ରେ ହକି ବିଶ୍ଵ କପ୍ ହେବାକୁ ଯାଉଛି । ଏଥିରେ ୧୬ଟି ଦେଶ ଭାଗ ନେଉଛନ୍ତି। ଭାରତ ପାଇଁ ଗର୍ବର କଥା । ଓଡ଼ିଆ ପୁଅ ହକି ତାରକା ଦିଲୀପ ତିର୍କି ପରିଶ୍ରମ ବଳରେ ଭାରତ ହକି ଦଳର ଅଧିନାୟକ ଥିଲେ। ସେ ଏବେ ହକି ଇଣ୍ଡିଆର ସଭାପତି। ସେ ଯୁବ ସମାଜ ପାଇଁ ଏକ ଆଦର୍ଶ। ମୁଁ ଜାଣେ ତମେମାନେ କାହାଠାରୁ କମ ନୁହଁ । ତୁମେମାନେ ସଫଳତା ପାଇଁ ଉଦ୍ୟମ ଜାରି ରଖ। ମୁଁ ଚାହେଁ ତମର ବିକାଶ ହେଉ। ତୁମେ ମାନେ ଆଗକୁ ଜୀବନ ରେ ପ୍ରତିଷ୍ଠା ଲାଭ କର। ମୋର ଆଶୀର୍ବାଦ ତମ ସହ ରହିଛି।
ଏହି ଅବସରରେ ‘ସର୍ଗିଫୁଲ’ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହାଛଡ଼ା ୧୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଯୋଗ ଦେଇଥିଲେ। ସେ ଏହି ଅବସରରେ କହିଲେ, ଅନୁସୂଚିତ ଜନଜାତି ପିଲାମାନଙ୍କର ଦକ୍ଷତା ଓ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟ ସଫଳ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।