ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ: ପ୍ରତିଦିନ ସ୍କୁଲ ଯାଅ, ମନ ଦେଇ ପାଠ ପଢ଼

ଭୁବନେଶ୍ୱର: ଓଡ଼ିଶାରେ ଅନେକ ଦିନ ପରେ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଖୁସିବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀ ଭୟଭୀତ ନ ହୋଇ ପ୍ରତିଦିନ ମାସ୍କ ପିନ୍ଧି ଶିକ୍ଷାନୁଷ୍ଠାନ ଯିବା ସହ ମନ ଦେଇ ପାଠ ପଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଅନେକ ଦିନ ପରେ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଆଗ୍ରହ ଓ ଉତ୍ସାହର ସହ ସ୍କୁଲକୁ ଯାଇ ପାଠ ପଢ଼ିଛନ୍ତି। ନିଜ ସାଙ୍ଗ, ସହପାଠୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଭେଟିବା ଛାତ୍ରଛାତ୍ରୀଙ୍କୁ ପୁଣି ଆନନ୍ଦ ଦେଇଛି। ଭୟଭୀତ ନ ହୋଇ ପ୍ରତିଦିନ ମାସ୍କ ପିନ୍ଧି ସ୍କୁଲ ଯାଆନ୍ତୁ। ମନ ଦେଇ ପାଠ ପଢ଼ନ୍ତୁ। ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ କୋଭିଡ୍ ନିୟମ ମାନି ନିଜର ଓ ଛାତ୍ରଛାତ୍ରୀଙ୍କ ସଠିକ୍ ଯତ୍ନ ନିଅନ୍ତୁ। ଏହାଦ୍ୱାରା ଆମେ ଆମ ପିଲାଙ୍କୁ ମହାମାରୀଠାରୁ ରକ୍ଷା କରିବା ସହ ଉପଯୁକ୍ତ ଶିକ୍ଷା ପ୍ରଦାନ କରିପାରିବା ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି