ରାଜ୍ୟ ଲାଇଫ୍ ଷ୍ଟାଇଲ

ଛାତ୍ରଙ୍କ ରେସିଂ କାର୍‌କୁ ନେଇ ଚର୍ଚ୍ଚା: କବାଡ଼ିଆଖାନା ଅଦରକାରୀ ସାମଗ୍ରୀରୁ ତିଆରି କଲେ ରେସିଂ କାର୍‌ ଖର୍ଚ୍ଚ ୩୦ ହଜାର; ୬ ମାସରେ ତିଆରି

କଟକ : ଅଦରକାରୀ ଗାଡ଼ି ପାର୍ଟସ୍‌କୁ ବ୍ୟବହାର କରି ରେସିଂ କାର ତିଆରି କରିଛନ୍ତି କଟକର ସୁଶାନ୍ତ ରାଉତ। ସୁଶାନ୍ତ ଏଥିପାଇଁ ଖର୍ଚ୍ଚ କରିଛନ୍ତି ୩୦ ହଜାର ଟଙ୍କା। କବାଡ଼ିଆଖାନାରୁ ସମସ୍ତ ଗାଡ଼ିର ପାର୍ଟସକୁ ସଂଗ୍ରହ କରି ସେ ପ୍ରସ୍ତୁତ କରିଛନ୍ତି ରେସିଂ କାର। ଏହା ପେ‌ଟ୍ରୋଲରେ ଚାଲୁଥିବା ବେଳେ ଏଭଳି ଏକ କାର୍ ‌ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଜଣେ ସ୍ନାତକ ଛାତ୍ର ହୋଇ ଏଭଳି ନିଆରା ଢଙ୍ଗରେ ରେସିଂ କାର ତିଆରି କରି ସେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି।

କଟକ ସ୍ଥିତ ପ୍ରତାପନଗରୀ ଠାରେ ବାସ କରୁଥିବା ହେମନ୍ତ କୁମାର ରାଉତ ଓ ସୁମିତ୍ରା ରାଉତଙ୍କ ପୁଅ ସୁଶାନ୍ତ ରାଉତଙ୍କ ବୟସ ୨୨ ବର୍ଷ। ବ୍ରାହ୍ମଣଝରିଲୋ କଲେଜର ଯୁକ୍ତ ତିନିର ବାଣିଜ୍ୟ ଛାତ୍ର। ଜଣେ ୟୁଟ୍ୟୁବର ଭାବେ ବେ‌ଶ ପରିଚିତ। ୨୦୧୯ ମସିହା‌ରୁ ଆରମ୍ଭ କରିଛନ୍ତି ୟୁଟ୍ୟୁବ। ଯେଉଁଥିରେ ବିଜ୍ଞାନ ଆଧାରିତ ଭିଡ଼ିଓ ଯଥା- ପିଲାଙ୍କ ସ୍କୁଲ ପ୍ରୋଜେକ୍ଟ, ବିଭିନ୍ନ ପ୍ରକାରର ଗାଡ଼ି ତିଆରି କରିବା ଉପରେ ଭିଡ଼ିଓ ପ୍ରସ୍ତୁତ କରି ସେ ଅପଲୋଡ଼ କରିଥାନ୍ତି। ଏହାସହ ୨୦୨୦ ମସିହାରେ ନିଜର ସ୍ନାତକ ପାଠ ପଢ଼ା ସାରିବା ପରେ ୟୁଟ୍ୟୁବ ଭିଡ଼ିଓ ବଜାୟ ରଖିବା ସହ ଏଭଳି ଏକ ରେସିଂ ଗାଡ଼ି ତିଆରି କରିଛନ୍ତି। ଘରେ ଥିବା ଏକ ପୁରୁଣା ବାଇକ୍‌କୁ ବିକିବା ପାଇଁ ସୁଶାନ୍ତଙ୍କ ବାପା କହିବା ପରେ ସୁଶାନ୍ତ ବାଇକ୍‌ ଇଞ୍ଜିନ ଖୋଲି ରଖି ବାକି ଜିନିଷ ବିକି ଦେଇଥିଲେ। ପରେ ସେହି ପୁରୁଣା ବାଇକର ଇଞ୍ଜିନ୍‌କୁ ସଜାଡ଼ି ଏଥିରେ କବାଡ଼ିଆଖାନାରୁ ଅନ୍ୟ ବାଇକ ଇଞ୍ଜିନ୍‌, ଷ୍ଟେରିଂ ବକ୍ସ, ଚକା, ସକବ୍‌ଜର ଇତ୍ୟାଦି ସଂଗ୍ରହ କରି ଏହି ରେସିଂ ଗାଡ଼ିକୁ ପ୍ରସ୍ତୁତ କରିଛନ୍ତି। ଏହି ଗାଡ଼ିର ବଡ଼ିକୁ ନିଜେ ସେ ଡ଼ିଜାଇନ କରିଛନ୍ତି। ଏହି ରେସିଂ ଗାଡ଼ି ତିଆରି କରିବା ପାଇଁ ତାଙ୍କୁ ୬ ମାସ ସମୟ ଲାଗିଥିବା ବେ‌ଳେ ସେ ଏବେ ଏ ପ୍ରକାର ରେସିଂ ଗାଡ଼ି ତିଆରି କରିବା ପାଇଁ ଅର୍ଡ଼ର ମଧ୍ୟ ରଖୁଛନ୍ତି।

ଏ ନେଇ ସୁଶାନ୍ତ କହନ୍ତି ଯେ ପିଲାବେଳୁ ଏଭଳି ରେସିଂ ଗାଡ଼ି ପ୍ରତି ତାଙ୍କର ଦୁର୍ବଳତା ରହି ଆସିଛି। ଏଥିରେ ସେ ନିଜ କୌଶଳ ଓ ୟୁଟ୍ୟୁବର କିଛି ଟେକ୍‌ନିକ୍‌ ବ୍ୟବହାର କରି ଏଭଳି ରେସିଂ ଗାଡ଼ି ତିଆରି କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ଅଦରକାରୀ ସାମଗ୍ରୀକୁ ନେଇ ତିଆରି କରାଯାଇଛି। ଆଗାମୀ ଦିନରେ ଅଦରକାରୀ ଜିନିଷରୁ ଇଲେକ୍ଟ୍ରି ସାଇକେଲ, ଟ୍ରାଇସାଇ‌କେଲ ପରି ସାମଗ୍ରୀ ବନାଇବାକୁ ଲକ୍ଷ୍ୟ ରଖିଥିବା ସୁଶାନ୍ତ କହିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ