ଦେଶ ବିଦେଶ ମନୋରଞ୍ଜନ

ଛାଡପତ୍ର ପରେ ରୋଜଗାର ପାଇଁ ନେବାକୁ ପଡିଲା ଶ୍ବଶୁର ନାଗାର୍ଜୁନଙ୍କ ସାହାର

ନୂଆଦିଲ୍ଳୀ ୨୮।୧୧ : ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଦୀର୍ଘ ଦିନ ଧରି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହି ଆସିଥିଲେ । ୨୬ ନଭେମ୍ବର ୨୦୨୧ରେ ଛାଡପତ୍ର ଘୋଷଣା ପରେ ସାମନ୍ଥା ପ୍ରଥମ ଥର ପାଇଁ ଷ୍ଟୁଡିଓରେ ଦେଖା ଯାଇଥିଲେ । ଯାହା ତାଙ୍କ ପୂର୍ବ ଶ୍ୱଶୁର ତଥା ସାଉଥ ସିନେମାର ମେଗାଷ୍ଟାର ନାଗାର୍ଜୁନଙ୍କର ଷ୍ଟୁଡିଓ ଅଟେ । ଖବର ଅନୁଯାୟୀ ସାମନ୍ଥା ଡବିଂ ପାଇଁ ସେହି ଷ୍ଟୁଡିଓକୁ ଯାଇଥିଲେ। ସାମନ୍ଥା ବର୍ତ୍ତମାନ ଗୁନାସେଖର ନିର୍ଦ୍ଦେଶିତ ଶକୁନ୍ତଲାମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥିପାଇଁ ଫିଲ୍ମର ଡବିଂ ପାଇଁ ଷ୍ଟୁଡିଓକୁ ଆସିଥିଲେ । କୁହାଯାଉଛି କି ଯେଉଁଠାରେ ସେ ତାଙ୍କ ଫିଲ୍ମର ଡବିଂ ପାଇଁ ଯାଉଛନ୍ତି ତାହା ଶଶୁରଙ୍କ ଷ୍ଟୁଡିଓ । ଯେଉଁଥି ପାଇଁ ସେ ଶୁଶୁରଙ୍କ ସାହାରା ନେଇଛନ୍ତି ।

ସୂଚନା ଅନୁଯାୟୀ ଅକ୍ଟୋବର ୨ରେ ସାମନ୍ଥା ଏବଂ ନାଗା ମିଳିତ ଏକ ବିବୃତ୍ତିରେ ସେମାନଙ୍କର ବିଷୟରେ ଘୋଷଣା କରିଥିଲେ। ହେଲେ ସେମାନେ ଛାଡପତ୍ର ହେବାର କାରଣ ପ୍ରକାଶ କରିବାକୁ ବାରଣ କରିଥିଲେ , ତଥାପି ସେମାନଙ୍କ ମଧ୍ୟ ବନ୍ଧୁତାର ସମ୍ପର୍କ ବଜାୟ ରଖିବେ ବୋଲି କହିଛନ୍ତି । କଠିନ ସମୟରେ ମଧ୍ୟ ତାଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।

ପରେ ନାଗା ଏବଂ ସମନ୍ଥାଙ୍କ ଛାଡପତ୍ର ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଗାର୍ଜୁନ ଟୁଇଟ୍ କରି କହିଛନ୍ତି, “ମୁଁ ଏକ ହୃଦୟ ସହିତ କହିବାକୁ ଚାହେଁ ଯେ ସାମ ଏବଂ ଚୈତନ୍ୟ ମଧ୍ୟରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସ୍ତ୍ରୀ ଏବଂ ସ୍ୱାମୀ ମଧ୍ୟରେ ଯାହା ଘଟେ ତାହା ଅତ୍ୟନ୍ତ ବ୍ୟକ୍ତିଗତ ଅଟେ । ସାମ୍ ଏବଂ ଚୈତନ୍ୟ ଦୁହେଁ ମୋତେ ଭଲ ପାଆନ୍ତି। ମୋ ପରିବାର ସାମଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ସର୍ବଦା ସମ୍ମାନିତ କରିବେ ଏବଂ ସେ ଆମ ପାଇଁ ସର୍ବଦା ପ୍ରିୟ ରହିବେ। ଭଗବାନ ଉଭୟଙ୍କୁ ଆଶୀର୍ବାଦ କରନ୍ତୁ। “

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ