ମୁମ୍ବାଇ ୨୯।୦୭: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃଙ୍କ ନାମ ଏବେ ସେହି ଅଭିନେତ୍ରୀମାନଙ୍କ ତାଲିକାରେ ସାମିଲ୍ ହୋଇଛି। ଯିଏ ଅଳ୍ପ ସମୟରେ ଏକ ବଡ଼ ସ୍ଥାନ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆ ଷ୍ଟାରଡମ୍ ହେଉ କିମ୍ବା ଦକ୍ଷ ଅଭିନୟ ତାଙ୍କ ଚମତ୍କାରତା ସବୁଆଡେ ଘୁରି ବୁଲୁଛି। ସାମନ୍ଥା ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍ ଆଲୋଚନାରେ ରୁହନ୍ତି। ଏହି ସମୟରେ ତାଙ୍କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସୁଛି । ଚର୍ଚ୍ଚା ହେଉଛି କି ସେ ଏବେ ନୂଆ ଘର କିଣିଛନ୍ତି । ତାହା ପୁଣି ପୂର୍ବ ସ୍ବାମୀଙ୍କ ସହ ରହିଛି କନେକସନ୍ ।
ମିଡିଆ ରିପୋର୍ଟ ଅନୁଯାୟୀ ସାମନ୍ଥା ଏବେ ହାଇଦ୍ରାବାଦରେ ଏକ ନୂଆ ଘର କିଣିଛନ୍ତି। ଯାହା ପ୍ରକୃତରେ ତାଙ୍କ ପାଇଁ ଏକ ପୁରୁଣା ଘର। ଚଳଚ୍ଚିତ୍ର ନିର୍ମାତା ମୁରଲୀ ମୋହନଙ୍କ ସାକ୍ଷାତକାରରେ ଖୁଲାସା କରିଛନ୍ତି ଯେ ହାଇଦ୍ରାବାଦର ଯେଉଁ ବିଲଡିଂରେ ସେ ପୂର୍ବରୁ ଏକ୍ସସ୍ଵାମୀ ସହ ରହୁଥିଲେ, ସେହି କୋଠାଟିକୁ ପୁଣିଥରେ ସାମନ୍ଥା ତାହାକୁ ଅଧିକ ମୂଲ୍ୟରେ କିଣିଛନ୍ତି। ବାସ୍ତବରେ, ଏହି ଘର ଦୁହିଁଙ୍କ ଅଲଗା ହେବା ପରେ ବିକ୍ରି ହୋଇଥିଲା। ବର୍ତ୍ତମାନ ଅଭିନେତ୍ରୀ ମାଲିକଙ୍କ ସହିତ କଥାବାର୍ତ୍ତା କରି ପୁଣି ଥରେ ଘରଟିକୁ କିଣିଥିଲେ । ବର୍ତ୍ତମାନ ସେ ତାଙ୍କ ମା ସହିତ ରହୁଛନ୍ତି ।
ପ୍ରଶଂସକମାନେ ସାମନ୍ଥାଙ୍କ ଏହି ନିଷ୍ପତ୍ତିକୁ ବହୁତ ପ୍ରଶଂସା କରୁଛନ୍ତି । କହୁଛନ୍ତି କି ବୋଦକୁ ସ୍ବାମୀ ସହ କିଛି କନେକ୍ସନ ଅଛି । ସୋସିଆଲ ମିଡିଆରେ ସାମନ୍ଥାଙ୍କ ପାଇଁ ଏହିପରି ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। କହିବାକୁ ଗଲେ ସାମନ୍ଥା କ୍ରମାଗତ ୩ ଥର ପ୍ୟାନ ଇଣ୍ଡିଆ ରିସର୍ଚ୍ଚରେ ମୋଷ୍ଟ ପପୁଲାର ଫିମେଲ୍ ଷ୍ଟାର ଭାବରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।

