ମୁମ୍ବାଇ ୨୯।୦୫ : ‘ଟେଲି ସିରିଏଲ ‘କହତ ହନୁମାନ ଜୟ ଶ୍ରୀ ରାମ’ର ଫେମ୍ ଅଭିନେତ୍ରୀ ଆଙ୍କାକ୍ଷା ରାୱତ । ସେ ତାଙ୍କ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତକୁ ନେଇ ବେଶ୍ଚର୍ଚ୍ଚାରେ ଥାନ୍ତି । ଅଭିନେତ୍ରୀ ଜଣକ ୨୦୧୨ରେ ‘ବେହଦ’ର ଫେମ୍ ପୀୟୁଷ ସହଦେବଙ୍କୁ ସହ ବିବାହ କରିଥିଲେ। ହେଲେ ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା । ୫ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ ରେ ଦୁହେଁ ଅଲଗା ହୋଇଯାଇଥିଲେ । ଘରୋଇ ହିଂସା ଏବଂ ଟଙ୍କା ମାମଲାରେ ପୂର୍ବତନ ସ୍ୱାମୀ ପୀୟୁଷଙ୍କ ନାଁରେ ଅଭିନେତ୍ରୀ ଅଭିଯୋଗ କରିଥିଲେ।
ନିକଟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି କି ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଏବଂ ମା’ଙ୍କ ମୃତ୍ୟୁ ପର ଠାରୁ ନିଜେ କିପରି ଭାଙ୍ଗି ଯାଇଛନ୍ତି । ପରେ ସେ ଧିରେ ଧିରେ କାମ ଆରମ୍ଭ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ ବହୁତ ଚିନ୍ତାରେ ଥିଲେ । ଏହାକୁ ନେଇ ସେ କହିଛନ୍ତି, “ଯେତେବେଳେ ମୁଁ ମହାମାରୀ ସମୟରେ ଘରେ ଏକୁଟିଆ ଥିଲି, ସେତେବେଳେ ଅନୁଭବ କଲି ଯେ ମୁଁ ଯେମିତି ନିଆଁ ଭିତରେ ଜଳି ଯାଉଛି। ଜୁଲାଇ ୨୦୨୦ ରେ, ମୁଁ ବାହାରକୁ ଯାଇ ସମୟ ବିତାଇବା ପାଇଁ ହିମାଚଳ ପ୍ରଦେଶ ଯିବାକୁ ସ୍ଥିର କଲି ଏବଂ ତା’ପରେ ଉତ୍ତରାଖଣ୍ଡକୁ ଚାଲିଗଲି। ଗତ ଦୁଇ ବର୍ଷ ମଧ୍ୟରେ ମୁଁ ଅନେକ ନୂଆ ଜିନିଷ ଶିଖିଲି, ଯାହା ମୋତେ ଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇଥିବା ମୋ ଭିତରେ ଥିବା କିଛି ଅଶାନ୍ତି ଏବଂ ଆଘାତକୁ ଦୂର କରିବାରେ ସାହାଯ୍ୟ କଲା।
ଏହା ବ୍ୟତୀତ ସେ ତାଙ୍କ ପୂର୍ବ ସ୍ୱାମୀ ପୀୟୂଷଙ୍କୁ ନେଇ ଟାର୍ଟେଗ୍ କରି କହିଥିଲେ ଯେ, କିଛି ବିଷାକ୍ତ ଲୋକଙ୍କଠାରୁ କିପରି ଦୂରେଇ ରହିବେ ତାହା ମଧ୍ୟ ଶିଖିଛନ୍ତି। ମୁଁ ଜାଣେ ସମ୍ପର୍କ କିପରି କାମ କରେ ଏବଂ କାହିଁକି ବିଫଳ ତଥା ଭାଙ୍ଗିଯାଏ। ପାଞ୍ଚ ବର୍ଷ ପରେ, ମୁଁ ମୋ ଜୀବନରେ ପ୍ରେମ ଏବଂ ଏକ ସୁସ୍ଥ ସମ୍ପର୍କକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ମୁଁ ଅନୁଭବ କରୁଛି ଯେ ଏକାକୀ ପ୍ରେମ ଏକ ସଂପର୍କରେ ଯଥେଷ୍ଟ ନୁହେଁ, ଯଦି ଦୁଇଜଣ ଲୋକ ବିବାହ କରନ୍ତି, ତେବେ ସେମାନେ ପରସ୍ପରକୁ ସ୍ପେଷ ଏବଂ ସମୟ ଦେବା ଉଚିତ୍ । ଏହା ସହ ପରସ୍ପରକୁ ଭଲ ଭାବରେ ଜାଣିବା ଓ ବୁଝିବା ମଧ୍ୟ ଦରକାର।