ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଛତ୍ରପୁର ହସ୍ପିଟାଲ୍‌ରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ୍, ପାଇପ୍ ଯୋଗେ ରୋଗୀଙ୍କ ପାଖରେ ପହଞ୍ଚିବ ଅକ୍ସିଜେନ୍

ଖଲ୍ଲିକୋଟ ୨୦।୫: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବାର ଯୋଜନା ରହିଛି । ଏନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରୁ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଏନେଇ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଛତ୍ରପୁର ମେଡିକାଲରେ ପହଞ୍ଚି ଏକ ସାଇଟ୍ ସିଲେକ୍ସନ ହୋଇଛି । ୨୦ କିଲୋ ଲିଟର ବିଶିଷ୍ଟ ଉକ୍ତ ପ୍ଲାଣ୍ଟରୁ ପାଇପ୍ ଯୋଗେ ହସ୍ପିଟାଲର ରୋଗୀଙ୍କୁ ଯୋଗାଣ ହେବ ଅକ୍ସିଜେନ୍ ।

ବ୍ରହ୍ମପୁର ଏମକେସିଜିରେ ଅକ୍ସିଜେନ୍ ପ୍ଲାଣ୍ଟ ଗୁରୁବାର କାର୍ଯ୍ୟକ୍ଷମ ହେବ । ସାଇଟ୍ ସିଲେକ୍ସନ ପରେ ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି କୁହାଯାଇଛି । ଏହି ପ୍ଲାଣ୍ଟ ହେଲେ ରୋଗୀଙ୍କୁ ଅକ୍ସିଜେନର ଅଭାବ ରହିବ ନାହିଁ । ବର୍ତ୍ତମାନ ଅକ୍ସିଜେନ୍ ଅଭାବରୁ ବହୁ ରୋଗୀଙ୍କର ମୃତ୍ୟୁ ହେଉଛି ।

ଜିଲ୍ଲାପାଳଙ୍କ ପରିଦର୍ଶନ ବେଳେ ହସ୍ପିଟାଲ ସୁପରିଟଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ରାସ୍ତା ଓ କୋଠାବାଡି ବିଭାଗ-୨ର ନିର୍ବାହୀଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ