ଧର୍ମ ରାଜ୍ୟ

ଛତିଶାନି‌ଯୋଗ ବୈଠକ ଆଜି: ଶ୍ରୀମନ୍ଦିର ଖୋଲିବା ଉପରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ : ଆଜି (ଶୁକ୍ରବାର) ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶାନିଯୋଗ ନାୟକଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଆଗାମୀ ଶ୍ରୀମନ୍ଦିର ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହେବ। ଫେବ୍ରୁଆରିରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ କି ଖୋଲିବନି ସେ ଉପରେ ସେବାୟତଙ୍କ ମତ ଗ୍ରହଣ କରାଯିବ। ଏହି ଆଧାରରେ ଫେବ୍ରୁଆରି ମାସର ମାର୍ଗଦର୍ଶିକା ଜାରି ହେବ। ଆପାତତଃ, ସେବାୟତ ଶ୍ରୀମନ୍ଦିର ଖୋଲିବା ଉପରେ ମତ ଦେଇପାରନ୍ତି ବୋଲି ଶୁଣିବାକୁ ମିଳିଛି। ଅନ୍ୟପଟେ କୋଭିଡ୍‌ ଯାଞ୍ଚ ପାଇଁ ଯେଉଁ କିଓସ୍କ କେନ୍ଦ୍ର ସବୁ ଖୋଲାଯାଇଛି, ତାକୁ ବି ହଟାଇବା ଉପରେ ସେବାୟତ ସପକ୍ଷ ମତ ଦେଇପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ ‌ଯେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶନେଇ ଜାନୁଆରି ୩୧ ପର୍ଯ୍ୟନ୍ତ ରୋକ୍‌ ଲାଗିଛି। କଟକଣା ଅବଧି ସରୁଥିବାରୁ ଫେବ୍ରୁଆରି ପାଇଁ ନୂଆ କଟକଣା ଜାରି ହେବ। ଅନ୍ୟପଟେ ଜାନୁଆରି ୩୧ରେ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ମାଗଣା ଚକ୍ଷୁ ଓ ମଧୁମେହ ପରୀକ୍ଷା ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ଶ୍ରୀମନ୍ଦିର ପ୍ରଶାସନ ଓ ଭୁବନେଶ୍ବର ଏସଏସଜି ଚକ୍ଷୁ ଡାକ୍ତରଖାନାର ମିଳିତ ଆନୁକୂଲ୍ୟରେ ନୀଳାଦ୍ରି ଭକ୍ତ ନିବାସରେ ଏହି ଶିବିର ଅନୁଷ୍ଠିତ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ