ରାଜ୍ୟ ସ୍ପେଶାଲ ରିପୋର୍ଟ

ଛତିଶଗଡ଼ ରାଜଭବନରେ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ନିଷେଧ

ଭୁବନେଶ୍ବର : ଛତିଶଗଡ଼ ରାଜଭବନରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌କୁ ସଂପୂର୍ଣ୍ଣ ରୂପେ ନିଷେଧ କରାଯାଇଛି। ଏହି ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ବ୍ୟାଗ୍‌ କୌଣସି ପରିସ୍ଥିତିରେ ରାଜଭବନ ଭିତରେ ପ୍ରବେଶ କରିବ ନାହିଁ। ରାଜଭବନରେ ବ୍ୟବହୃତ ସମସ୍ତ ପ୍ଲାଷ୍ଟିକ ବ୍ୟାଗ୍ ପରିବର୍ତ୍ତେ କପଡ଼ା, କାଗଜ ଓ ଝୋଟ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରିବାକୁ ଆଦେଶ ଜାରି କରିଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।

ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାଗ୍‌ମୁକ୍ତ ଦିବସ ଅବସରରେ ସେ ଏହି ଘୋଷଣା କରିବା ସହ ଦେଶବାସୀ ଏହାର ବ୍ୟବହାର ବନ୍ଦ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁଁ ହେଉଥିବା ପ୍ରଦୂଷଣ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଆମେ ସମସ୍ତେ ଏହାର ଉପଯୋଗକୁ କମାଇବା ଓ ଏହାର ବିକଳ୍ପ ବ୍ୟବହାର କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ କାର୍ଯ୍ୟ କରିପାରିଲେ ଏହି ବିପଦରୁ ଦେଶକୁ ବଞ୍ଚାଇ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।