ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଛତିଶଗଡରେ ଆରମ୍ଭ ହେଲା ମହିଳାମାନଙ୍କ ପାଇଁ ମହିଳାଙ୍କ ଦ୍ବାରା ପରିଚାଳିତ ମୋବାଇଲ୍ କ୍ଲିନିକ୍

ରାୟପୁର: ଛତିଶଗଡରେ କେବଳ ମହିଳାଙ୍କ ଲାଗି ସ୍ୱତନ୍ତ୍ର ମୋବାଇଲ୍ ମେଡିକାଲ୍ ସୁବିଧା ‘ଦାଏ-ଦିଦି(ମା’-ଭଉଣୀ) କ୍ଲିନିକ୍’ ଆରମ୍ଭ କରିଛି। ଦେଶରେ ଏହା ପ୍ରଥମ। ପ୍ରଥମ ସର୍ବମହିଳା ମୋବାଇଲ୍ କ୍ଲିନିକ୍ ରାଜ୍ୟର ରାୟପୁର, ବିଲାସପୁର ଏବଂ ଭିଲାଇର ମ୍ୟୁନିସିପାଲିଟି ଅଂଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଇବ। କେବଳ ମହିଳା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଡାଏ-ଦିଦି କ୍ଲିନିକରେ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍, ଟେକ୍ନିସିଆନ୍ ଏବଂ ସହାୟକ ନର୍ସ ମିଡୱାଇଫ୍(ଏଏନ୍‌ଏମ୍‌)ଙ୍କ ସମେତ ମହିଳା କର୍ମଚାରୀ ରହିବେ।

ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ଦାଏ-ଦିଦି କ୍ଲିନିକ୍ ଆଉ ଏକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ କହିଛନ୍ତି। ଏହି କ୍ଲିନିକରେ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସହ ଜଡିତ ରୋଗର ଚିକିତ୍ସା ଏବଂ ନିରାକରଣ ବ୍ୟତୀତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସୁବିଧା ରହିବ। ପ୍ରତ୍ୟେକ ମୋବାଇଲ୍ ୟୁନିଟ୍‌ରେ ମହିଳାଙ୍କ ସ୍ୱାସ୍ଥ୍ୟ ଲାଗି ପ୍ରତିଷେଧକ ଯତ୍ନ ଏବଂ ସ୍କ୍ରିନିଂ ସିଷ୍ଟମକୁ ଅନ୍ତର୍ଭୁକ୍ତ କରାଯାଇଛି । ମହିଳାମାନେ ଏଠାରୁ ସ୍ତ୍ରୀ ରୋଗ, ଗର୍ଭଧାରଣ ଏବଂ ପ୍ରଜନନ ସ୍ବ‌ାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ନିଜକୁ ପରାମର୍ଶ ଦେଇପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ