ଦେଶ ବିଦେଶ

ଛଅ ଘଣ୍ଟା ଜେରା ପରେ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି

ଅର୍ଥ ହେରଫେର ମାମଲା ସହ ଜଡିତ ଆମ୍ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ ତ‌ାଙ୍କୁ ଗିରଫ କରିଛି। ଦୀର୍ଘ ୬ ଘଣ୍ଟା ଧରି ପଚରାଉଚରା କରିବା ପରେ ଆପ୍‌ ବିଧାୟକଙ୍କୁ ଇଡି ଗିରଫ କରିଥିବା ସୂଚନା ରହିଛି। 

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲା ସହ ଜଡିତ ଆମ୍ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ ତ‌ାଙ୍କୁ ଗିରଫ କରିଛି। ଦୀର୍ଘ ୬ ଘଣ୍ଟା ଧରି ପଚରାଉଚରା କରିବା ପରେ ଆପ୍‌ ବିଧାୟକଙ୍କୁ ଇଡି ଗିରଫ କରିଥିବା ସୂଚନା ରହିଛି। 

ଆଜି ସକାଳେ ଦିଲ୍ଲୀରେ ଥିବା ଖାନଙ୍କ ଘରେ ଇଡି ଅଧିକାରୀମାନେ ଚଢ଼ାଉ କରିଥିଲେ। ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବେଆଇନ ନିଯୁକ୍ତି ତଥା ଆର୍ଥିକ ହେରଫେର୍‌ ଅଭିଯୋଗର ସମ୍ମୁଖୀନ ହେଉଥିବା ଆପ୍‌ ନେତା ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ଲେଖିଥିଲେ ଯେ ‘‘ମୋତେ ଗିରଫ କରିବା ପାଇଁ ଇଡି ଲୋକମାନେ ମୋ ଘରେ ପହଞ୍ଚିଛନ୍ତି।’’

ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସରକାର ତାଙ୍କୁ ଏବଂ ଅନ୍ୟ ଆପ୍‌ ନେତାମାନଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି “ଆଜି ସକାଳେ, ଏକଛତ୍ରବାଦୀ ଶାସକଙ୍କ ନିର୍ଦ୍ଦେଶରେ ଇଡି ମୋ ଘରେ ପହଞ୍ଚିଛି। ଏକଛତ୍ରବାଦୀ ଶାସକ ମୋତେ ଏବଂ ଆପ୍‌ ନେତାମାନଙ୍କୁ ହଇରାଣ କରିବା ପାଇଁ କୌଣସି ସୁଯୋଗ ଛାଡ଼ି ନାହାଁନ୍ତି। ଲୋକମାନଙ୍କୁ ସଚ୍ଚୋଟତାର ସହ ସେବା କରିବା ଅପରାଧ କି? ଏହି ଏକଛତ୍ରବାଦୀ ଶାସନ କେତେ ଦିନ ଚାଲିବ?’’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ