ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ଛଅଟିି ରାଜ୍ୟର ଗରିବ ପିଲାଙ୍କୁ ଚିକିତ୍ସା ଲାଗି ଆର୍ଥିକ ସହାୟତା ଦେବେ ସଚ୍ଚିନ୍

ମୁମ୍ୱାଇ: ଭାରତୀୟ କ୍ରିକେଟ୍ ଆଇକନ୍ ସଚିନ୍ ତେନ୍ଦୁଲକର ଛଅଟି ରାଜ୍ୟରେ ଗୁରୁତର ରୋଗରେ ପୀଡିତ ୧୦୦ ଜଣ ବଞ୍ଚିତ ଶିଶୁଙ୍କ ଚିକିତ୍ସା ଲାଗି ଆର୍ଥିକ ସହାୟତା କରିବେ ବୋଲି କହିଛନ୍ତି। ତେନ୍ଦୁଲକରଙ୍କ ସହଭାଗିତାରେ ଏକାମ ନାମକ ଏକ ଫାଉଣ୍ଡେସନ ସହିତ ରହିଛି। ଯାହା ସରକାରୀ ଏବଂ ଟ୍ରଷ୍ଟ ହସ୍ପିଟାଲରେ ଚିକିତ୍ସା ଗ୍ରହଣ କରୁଥିବା ପିଲାମାନଙ୍କ ଉପରେ ଧ୍ୟାନ ଦେଇଥାଏ। ଫାଉଣ୍ଡେସନ ମାଧ୍ୟମରେ ତେନ୍ଦୁଲକରଙ୍କ ସହାୟତା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ପିଲାମାନଙ୍କ ନିକଟରେ ପହଞ୍ଚିଥାଏ । ଗୁରୁତର ରୋଗରେ ପୀଡିତ ଗରିବ ପରିବାରର ପିଲା, ଯେଉଁମାନେ ସେମାନଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିବାରେ ସକ୍ଷମ ନୁହଁନ୍ତି, .ସେମାନଙ୍କୁ ଏହି ଫାଉଣ୍ଡେସନ ସହାୟତା ଦେଇଥାଏ।

ଫାଉଣ୍ଡେସନ ମାଧ୍ୟମରେ ସଚ୍ଚିନ ତେନ୍ଦୁଲକରଙ୍କ ସହଭାଗିତା ଅତ୍ୟନ୍ତ ଫଳପ୍ରଦ ହୋଇଛି ଏବଂ ସଚ୍ଚିନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ଭଲ କାମ କରୁଛନ୍ତି। ସମସ୍ତ ସୁବିଧାରୁ ବଞ୍ଚିତ ରହିଥିବା ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସଂସ୍ଥା କାର୍ଯ୍ୟ କରୁଛି ବୋଲି ଏକାମ୍‌ ଫାଉଣ୍ଡେସନ ପରିଚାଳନା ସହଯୋଗୀ ଅମିତା ଚାଟାର୍ଜୀ କହିଛନ୍ତି। ଏହାପୂର୍ବରୁ ତେନ୍ଦୁଲକର ଆସାମର କରିମ୍‌ଗଞ୍ଜ ଜିଲ୍ଲାର ମାକୁଣ୍ଡା ହସ୍ପିଟାଲକୁ ଶିଶୁଙ୍କ ଯନ୍ତ୍ରପାତି ଲାଗି ସହାୟତା କରିଥିଲେ। ଏଥିରେ ପ୍ରତିବର୍ଷ ୨୦୦୦ରୁ ଅଧିକ ପିଲା ଉପକୃତ ହେବେ ବୋଲି ଆଶା କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ