ଅପରାଧ ଦେଶ ବିଦେଶ ରାଜନୀତି

ଚଢ଼ାଉ ବେଳେ ‘ସିବିଆଇ’ ଅତ୍ୟନ୍ତ ଗୋପନୀୟ କାଗଜପତ୍ର ଜବତ କରିଛି: କାର୍ତି ଚିଦମ୍ବରମ୍‌

ନୂଆଦିଲ୍ଲୀ: ଚୀନା କର୍ମଚାରୀମାନଙ୍କୁ ବେଆଇନ ‘ଭିସା’ କରାଇଦେବା ଲାଞ୍ଚ ମାମଲାରେ ଚଢ଼ାଉ ବେଳେ ‘ସିବିଆଇ’ର କେତେକ ଅଧିକାରୀ ଅତ୍ୟନ୍ତ ଗୋପନୀୟ ଦଲିଲ ଜବତ କରିଥିବା କଥା କଂଗ୍ରେସ ସାଂସଦ କାର୍ତି ଚିଦମ୍ବରମ୍‌ ଅଭି‌ଯୋଗ କରିଛନ୍ତି।

ଲୋକସଭାର ବାଚସ୍ପତିଙ୍କ ପ୍ରତି ଲିଖିତ ପତ୍ରରେ କାର୍ତି କହିଛନ୍ତି, ଏହି ତଥାକଥିକ ଚଢ଼ାଉ ବେଳେ ‘ସିବିଆଇ’ ନିର୍ଦ୍ଦିଷ୍ଟ କେତେ ଜଣ ଅଧିକାରୀ ମୋର କେତେକ ଅତ୍ୟନ୍ତ ଗୋପନୀୟ ତଥା ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଗତ ରେକର୍ଡ ଓ ମୁଁ ସଦସ୍ୟ ଥିବା ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି ଫର୍‌ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ ସମ୍ବନ୍ଧୀୟ ଦଲିଲ୍‌ ଜବତ କରିଛନ୍ତି।

ମୁଁ ସମ୍ପୂର୍ଣ୍ଣ ବେଆଇନ ଏବଂ ଅସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନର ସରବ୍ୟ ହୋଇଛି। ମୋର ଆଦୌ ସମ୍ପୃକ୍ତି ନ ଥିବା ଭାରତ ସରକାରଙ୍କ ୧୧ ବର୍ଷ ପୁରୁଣା ନିଷ୍ପତ୍ତିର ତଦନ୍ତ କରିବା ବେଳେ ‘ସିବିଆଇ’ ଦିଲ୍ଲୀସ୍ଥିତ ମୋ ବାସଭବନରେ ଚଢ଼ାଉ କରିଛି ବୋଲି ସେ ଲେଖିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସାକ୍ଷୀମାନେ କମିଟିକୁ ଦେଇଥିବା ପ୍ରମାଣ ସଂକ୍ରାନ୍ତରେ ମୁଁ ହାତରେ ଲେଖିଥିବା ଚିଟାଉଗୁଡ଼ିକୁ ମଧ୍ୟ ଜବତ କରାଯାଇଛି। ଏହାର କାରଣ ‘ସିବିଆଇ’କୁ ଉତ୍ତମରୂପେ ଜଣାଅଛି। ସେମାନଙ୍କୁ ଚୁପ୍‌ କରାଇବା ଲାଗି କେନ୍ଦ୍ର ସରକାର ତାଙ୍କ ନାମରେ ଏବଂ ତାଙ୍କ ପରିବାର ଲୋକମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରୁଛନ୍ତି।

ଅଭିଯୋଗ ହୋଇଥିବା ଲାଞ୍ଚ ମାମଲାରେ ଜାତୀୟ ରାଜଧାନୀରେ ଥିବା ‘ସିବିଆଇ’ର ମୁଖ୍ୟାଳୟରେ କ୍ରମାଗତ ଦ୍ବିତୀୟ ଦିନରେ ମଧ୍ୟ କାର୍ତିଙ୍କୁ ଜେରା କରାଯାଇଛି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର