ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୌଦ୍ବାର ଜେଲ୍‌କୁ ପଶିଲା ବେଳେ ମୁଣ୍ଡିଆ ମାରିଲା ଗୋପାଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ/ଚୌଦ୍ବାର : ମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ସଂପୃକ୍ତ ଅଭିଯୋଗରେ ଗିରଫ ଗୋପାଳ ଦାସ ଗତକାଲି ଚୌଦ୍ବାର ‌ସର୍କଲ ଜେଲ୍‌କୁ ଆସିଛି। ଜେଲରେ ଥିବା ଗୋପାଳର ବିଭିନ୍ନ କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଜେଲ୍‌ର ମୁଖ୍ୟ ଗେଟ୍‌ରେ ପଶିବା ବେଳେ ଗୋପାଳ ହାତ ଯୋଡ଼ି, ମୁଣ୍ଡ ଲଗାଇ ଦୁଇ ଥର ନମସ୍କାର କରୁଥିବାର ଏକ ଭିଡିଓ ସାମନାକୁ ଆସିଛି। ଜେଲକୁ ପ୍ରବେଶ ସମୟରେ ପୁଲିସ ଅଧିକାରୀଙ୍କ ହାତରୁ ବାହାରି ଆସି ଗୋପାଳ ମୁଣ୍ଡ ମାଡ଼ି ନମସ୍କାର କରିବା ଘଟଣା ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ଚକିତ କରିଥିଲା। ଅନ୍ୟପଟେ ଆଜି ସକାଳୁ ସକାଳୁ ଗୋପାଳ ଖବର କାଗଜ ପଢିବାକୁ ମାଗିଥିଲା। ତାକୁ ଖବର କାଗଜ ଦିଆଯିବା ପରେ ସେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଖବରକାଗଜ ପଢିଥିଲା। ପରେ ପୁରୀ, ମଟର ତରକାରୀ ଖାଇବା ପରେ ମତେ ଏଠି ଭଲ ଲାଗୁନି, ମାଗାଜିନ୍ ଓ ବହି ଦେବାକୁ ଜେଲ୍ କର୍ମଚାରୀଙ୍କୁ କହିଥି‌ଲା। ଜେଲ୍ କର୍ମଚାରୀ ତାର ଦାବି ଅନୁଯାୟୀ ବହି, ମାଗାଜିନ୍ ଯୋଗାଇ ଦେଇଥିବା ବେଳେ ଗୋପାଳ ତାହାକୁ ଦିନ ସାରା ପଢୁଥିବା ଦେଖିବାକୁ ମିଳିଥିଲା। ଗୋପାଳକୁ ଦେଖିବା ପାଇଁ ଜେଲ୍‌ର ଅନ୍ୟ କଏଦୀଙ୍କ ଉତ୍କଣ୍ଠା ଆଜି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସେମାନେ ଗୋପାଳକୁ ଦେଖିବେ ବୋଲି ୱାର୍ଡର ମାନଙ୍କୁ ଅନୁରୋଧ କରୁଛନ୍ତି। ଗୋପାଳ କାଲି ରାତିରେ ଜେଲକୁ ଆସିବା ପରେ ରାତିରେ ରୁଟି, ଡାଲମା, ଭଜା ଖାଇଥିଲା। ଆଜି ଦିନରେ ତାକୁ ଭାତ, ଡାଲି, ଭଜା, ‌ଚିକେନ୍ ତରକାରି ଖାଇବାକୁ ଦିଆଯାଇଥିଲା। ଗୋପାଳ ସ୍ବାଭାବିକ ଭାବେ ଖାଦ୍ୟ ଖାଇଥିବା ବେଳେ ସେ ଆଦୌ ବ୍ୟସ୍ତ ବିବ୍ରତ ନଥିବା ଜେଲ୍ କର୍ମଚାରୀମାନେ ଅନୁଭବ କରୁଛନ୍ତି।

ପଢିବାକୁ ମାଗିଲା ଖବରକାଗଜ, ଖାଦ୍ୟପେୟ ସ୍ବାଭାବିକ, ଆଦୌ ବ୍ୟସ୍ତବିବ୍ରତ ନୁହେଁ
ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ୩ ଜଣିଆ ଟିମ୍‌ ଗଠିତ
ସେଲ୍‌ ସ୍ଥିତି ଅନୁଧ୍ୟାନ କଲେ ଜେଲ୍‌ ଡିଜି; ସଜାଗ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଗୋପାଳର ହାବଭାବ ଉପରେ ନଜର ରଖିବା ସହ ତାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏକ ତିନି ଜଣିଆ ଡାକ୍ତରୀ କମିଟି ଗଠନ କରାଯାଇଛି। ଏହି କମିଟିର ନେତୃତ୍ବ ଜଣେ ମାନସିକ ରୋଗ ବିଶେଷଜ୍ଞ ନେଉଛନ୍ତି। ଏହି ଟିମ୍ ଜେଲ୍ ଡାକ୍ତରଖାନାରେ ଗୋପାଳର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ସେ ସୁସ୍ଥ ଥିବା ଏକ ରିପୋର୍ଟ ଜେଲ୍ ବିଭାଗ ନିକଟରେ ଦାଖଲ କରିଛନ୍ତି। ଗୋପାଳର ମାନସିକ ସ୍ଥିତି ଠିକ୍ ନଥିଲା ବୋଲି ଯେଉଁ କଥା ପରିବାର ଲୋକେ ଉଠାଇଥିଲେ, ତାହାର ଯାଞ୍ଚ କରି ଚିକିତ୍ସିା ପାଇଁ ଜେଲ୍ ବିଭାଗ ନିଷ୍ପତ୍ତି ନେଇଛି। ପ୍ରକୃତରେ ସେ ଜଣେ ମାନସିକ ରୋଗୀ କି ନୁହେଁ, ସେ ନେଇ ଜେଲର ମାନସିକ ରୋଗ ବିଶେଷଜ୍ଞ ଏହାର ପୁନଃ ପରୀକ୍ଷା  କରିବେ ବୋଲି ସୂଚନା ମିଳିଛି।

ଆଜି ଜେଲ୍ ବିଭାଗ ଡିଜି ମନୋଜ ଛାବ୍ରା ଦିନ ପ୍ରାୟ ୧୨ଟା ବେଳେ ଜେଲରେ ପହଞ୍ଚିଥିଲେ। ଜେଲ ଅଧୀକ୍ଷକ ପ୍ରଦୀପ ବେହେରା ଏହି ସମୟରେ ଜେଲରେ ଉପସ୍ଥିତ ଥିଲେ। ଗୋପାଳ ଯେଉଁ ସେଲରେ ଅଛି, ସେହି ସେଲକୁ ଯାଇ ସେମାନେ ସ୍ଥିତି ଅନୁଧ୍ୟାନ କରିଥିଲେ। ଗୋପାଳର ସୁରକ୍ଷା ପ୍ରତି ସବୁ ବେଳେ ସଜାଗ ଓ ସତର୍କ ରହିବାକୁ ଶ୍ରୀ ଛାବ୍ରା ସେଲ୍ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ତାଗିଦ କରିଥିବା ସୂଚନା ମିଳିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।