ଅପରାଧ ରାଜ୍ୟ

ଚୋରି ଘଟଣାରେ ଜଣେ ଗିରଫ, ସୁନାଗହଣା ଜବତ

ମାହାଙ୍ଗା ୪।୮: ଚୋରି ଘଟଣାରେ ଜଣକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରି କୋର୍ଟ ଚାଲାଣ କରିଛି ମାହାଙ୍ଗା ପୋଲିସ । ଚୋର ଜଣକ ହେଲେ ମାହାଙ୍ଗା ଥାନା ଝାଡେଶ୍ବରପୁର ଗାଁର ରାକେଶ କୁମାର ନାୟକ ଓରଫ ଚନ୍ଦନ ।

ସୂଚନାଯୋଗ୍ୟ ଯେ, ଝାଡେଶ୍ବରପୁର ଗ୍ରାମର ସୁକାନ୍ତ ଦାସଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ପାଇବା ପରେ ପୋଲିସ ଝାଡେଶ୍ବରପୁର ଗ୍ରାମର ରାକେଶ କୁମାର ନାୟକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ପରେ ରାକେଶ ଚୋରି କରିଥିବା ନେଇ ପୋଲିସ ଆଗରେ ମାନିଥିଲା । ରାକେଶ ପକ୍ଷରୁ ସମସ୍ତ ସୁନାଗହଣା ସହ ଗୋଟିଏ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । କେସ୍ ନଂ ୧୯୧ରେ ମାମଲା ରୁଜୁ କରି ରାକେଶକୁ କୋର୍ଟ ଚାଲାଣ କରାଯାଇଥିବା ମାହାଙ୍ଗା ପୋଲିସ ସୂଚନା ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।