ଅପରାଧ ରାଜ୍ୟ

ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଚଟୁମାରି ଗ୍ରାମରେ ଚୋରି କରିବାକୁ ଆସି ଧରା ପଡ଼ିବା ଭୟରେ ଘର ମାଲିକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବାର ଖବର ମିଳିଛି। ଏହି ଘଟଣାରେ ଘର ମାଲିକ ବିଶ୍ୱରଞ୍ଜନ ବିଶ୍ୱାଳଙ୍କ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବିଶ୍ୱରଞ୍ଜନ ବିଶ୍ବାଳଙ୍କ ଘରେ କିଛି ଚୋର ପଶିଥିଲେ। ଏହି ସମୟରେ ଘର ବାରଣ୍ଡାରେ ଶୋଇଥିବା ବିଶ୍ୱରଞ୍ଜନ ନିଦରୁ ଉଠି ପଡ଼ି ଚୋରମାନଙ୍କୁ ଘରେ ପଶିଥିବା ଦେଖି ପାଟି କରିବାରୁ ସେମାମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ସେଠାରୁ ସେମାନେ ପଳାଇଥିଲେ। ପରେ ବିଶ୍ୱରଞ୍ଜନ ବିଶ୍ବାଳଙ୍କୁ ଗୁରୁତର ଅବସ୍ଥାରେ ବରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ପାଇ ବରି-ରାମଚନ୍ଦ୍ରପୁର ପୁଲିସ ଘଟଣାର ତଦନ୍ତ ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।