ଅପରାଧ ରାଜ୍ୟ

ଚୋରା ମାଙ୍ଗାନିଜ ଜବତ, ୭ ଗିରଫ

ଯୋଡ଼ା: ବାମେବାରି ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ରାସ୍ତାରେ ଗତକାଲି ରାତିରେ ପୁଲିସ ଚଢ଼ଉ କରି ଦୁଇଟି ଚୋରା ମାଙ୍ଗାନିଜ ବୋଝେଇ ମିନିଟ୍ରକ୍‌କୁ ଜବତ କରିବା ସହ ୭ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ରୁଗୁଡ଼ି ଥାନା ଚୋରମାଲଦା ଅଞ୍ଚଳର ସଚିନ ମହାକୁଡ଼, ସତୀଶ ଖଛପ, ଝାଡ଼ଖଣ୍ଡ ମଝିଗାଁ ଥାନା ଖରପୋସ ଅଞ୍ଚଳର ଏମ୍‌ଡି ତସିମ, ସହିବୁଲ ଆନସାରୀ, ତସିବୁଲଆନସାରୀ, ମହମ୍ମଦ ଅଲ୍ଲୀ ଓ ଆନ୍‌ସାରୁ ଆନ୍‌ସାରୀ।

ଗତକାଲି  ରାତି ପ୍ରାୟ ସାଢ଼େ ୮ଟା ସମୟରେ ବାମେବାରି ପୁଲିସ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ସୁନ୍ଦରଗଡ଼-କେନ୍ଦୁଝର ଜିଲ୍ଲା ସୀମାନ୍ତରୁ ମାଙ୍ଗାନିଜ ବୋଝେଇ ହୋଇଥିବା ମିନିଟ୍ରକ୍‌ ବାମେବାରି ଥାନା ଅଞ୍ଚଳ ଦେଇ ଯାଉଥିବା ସୂଚନା ପାଇଥିଲା। ଖବର ପାଇ ପୁଲିସ ଚଢ଼ଉ କରି ଦୁଇଟି ମିନିଟ୍ରକ୍‌କୁ ଜବତ କରିଥିଲା। ଖଣିଜ ଚୋରା ଚାଲାଣ କାର୍ଯ୍ୟରେ ସାହାଯ୍ୟ କରୁଥିବା ଗୋଟିଏ ଧଳାରଙ୍ଗର କାର୍‌ ଓ ଗୋଟିଏ ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଥିଲା। ଏନେଇ ବାମେବାରି ଥାନାରେ କେସ୍‌ ନମ୍ବର ୧୧୬/୨୦୨୩ ଦଫା ୩୭୯, ୧୨୦(ବି) ଓ ୨୧ ଏମ୍‌ଏମ୍‌ଡିଆର୍ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଜବତ ମିନିଟ୍ରକ୍‌ରେ ୪ ମେଟ୍ରିକ୍ ଟନ୍ ମାଙ୍ଗାନିଜ ବୋଝେଇ ହୋଇଥିବା ଜଣାପଡ଼ିଛି।

କିଛିଦିନ ତଳେ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ସିଲ୍‌ଯୋଡ଼ା କୁଦରସାହି ନିକଟସ୍ଥ ଜଙ୍ଗଲରୁ ୧୧୬ ମେଟ୍ରିକ୍ ଟନ୍ ଉଚ୍ଚମାନର ମାଙ୍ଗାନିଜ ସମତେ ଗୋଟିଏ ଜେସିବି ମେସିନ ଓ ଗୋଟିଏ ହାଇୱା ଜବତ ହୋଇଥିଲା। ଖଣିଜ ଚୋରା ଚାଲାଣ ମାମଲାରେ ୪ଜଣଙ୍କୁ ଗିରଫ କରିଥିଲା। ଜାଲ୍‌ ଟ୍ରାନଜିଟ୍‌ ପାସ୍‌ ବ୍ୟବହାର କରି ଖଣିଜ ଚୋରା ଚାଲାଣ କରାଯାଉଥିବା ଖଣି ବିଭାଗ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା। ଟ୍ରନଜିଟ୍‌ ପାସ୍‌ରେ ଓଡ଼ିଶା ଖଣି ନିଗମ ଗୁଆଲି ଖଣି ବୋଲି ଲେଖାଥିବା ବେଳେ ଏଥିରେ ଥିବା ବାର୍‌କୋଡ୍‌ ମେଳ ଖାଇ ନଥିଲା ବୋଲି ଖଣି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଦିନକୁ ଦିନ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଚୋରା ଖଣିଜ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ଅନ୍ତଃରାଜ୍ୟ ଖଣି ମାଫିଆଙ୍କ ସମ୍ପୃକ୍ତି ରହୁଛି। ଖଣିଜ ଚୋରା ଚାଲାଣ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।