ଅପରାଧ ରାଜ୍ୟ

ଚୋରା କାଠ ଚାଲାଣ ବେଳେ ମାଡିବସିଲା ଜଙ୍ଗଲ ବିଭାଗ: ଲକ୍ଷାଧିକ ଟଙ୍କାର କାଠ ଜବତ, ଦୁଇ ଗିରଫ

ଆନନ୍ଦପୁର ୧୪/୧୦: ଚୋରା କାଠ ଚାଲାଣ ସମୟରେ ମାଡ଼ି ବସିଲା ଜଙ୍ଗଲ ବିଭାଗ । ଗାଡି ସମେତ କାଠ ଜବତ ସହିତ ଦୁଇ ଜଣ ଗିରଫ । ଆନନ୍ଦପୁର ବନଖଣ୍ଡ ଅଧୀନ ସାଇଁକୁଳ ନିକଟରୁ ଚୋରା କାଠ ଗାଡି ଜବତ କରିଛି ବନ ବିଭାଗ ।

ବିଶେଷ ସୂତ୍ରରୁ ଖବର ପାଇ ଚୋରା କାଠ ଗାଡିକୁ ରାମଚନ୍ଦ୍ରପୁର ନିକଟରୁ ପିଛା କରିଥିଲେ ବନ କର୍ମଚାରୀ । ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇ ସାଇଁକୁଳ ଠାରୁ ବାତୋ ରାସ୍ତାରେ ପଳାଉଥିବା ସମୟରେ ପତିତପାବନ ମହାବିଦ୍ୟାଳୟ ନିକଟରେ ବନ ବିଭାଗ ଗାଡିକୁ କାବୁ କରିଥିଲା ।

ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥବା ବେଳେ ଗାଡିରେ ଥିବା ଅନ୍ୟ ଦୁଇ ଜଣ ଯୁବକକୁ ଗିରଫ କରିଛି ବନବିଭାଗ । ଗାଡ଼ିରେ ଲକ୍ଷାଧିକ ଟଙ୍କାର କାଠ ଥିବା ବନବିଭାଗ ପ୍ରକାଶ କରୁଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।