ଅପରାଧ ରାଜ୍ୟ

ଚୋରାଚାଲାଣ ବେଳେ ୨୫ କିଲୋ ଗଞ୍ଜେଇ ଜବତ; ଜଣେ ଗିରଫ

ଭୁବନେଶ୍ୱର ୨୦/୦୮: ୧୬ ନମ୍ବର ଜାତୀୟରାଜପଥର ପିତାପଲ୍ଲୀ ଛକ ପାଖରେ ଆଦର୍ଶ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଛି। ଏହି ଚଢ଼ଉରେ ପୋଲିସ ୨୫ କିଲୋ ଗଞ୍ଜେଇ ଜବତ ସହିତ ଗୋଟିଏ ସ୍କୁଟି ଜବତ କରିଛି। ଗଞ୍ଜେଇ କାରବାରରେ ସମ୍ପୃକ୍ତ ଜଣେ ବ୍ୟବସାୟୀକୁ ମଧ୍ୟ ପୋଲିସ ଗିରଫ କରିଛି।

ଗିରଫ ବ୍ୟକ୍ତିଙ୍କ ପରିଚୟ ଅଭିଶେକ୍ ବେଉରା ଓ ସେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତଳକୁଶମା ଗାଁର ବାସିନ୍ଦା।ଗିରଫ ପରେ ଅଭିଶେକ୍କୁ ପୋଲିସ ଅଦାଲତ ଚାଲାଣ କରିଛି। ନୟାଗଡ଼ରୁ ଭୂବନେଶ୍ବରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।