ଅପରାଧ ରାଜ୍ୟ

ଚୋରି କରୁଥିବା ବେଳେ ଛାତରୁ ଖସି ପଡିଲା ଚୋର, ଚାଲିଗଲା ଜୀବନ

ସୁନ୍ଦରଗଡ ୨୭/୦୫: ଚୋରି କଲା ବେଳେ ଅଘଟଣ । କାରଖାନା ଛାତରୁ ପଡିଗଲା ଚୋର । ଚାଲିଗଲା ଜୀବନ । ଏପରି ଅଭବାନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଜମପାଲିଠାରେ ।

ସୂଚନା ଅନୁସାରେ, ଜମପାଲିଠାରେ ଏକ ବନ୍ଦ ପଡିଥିବା କାରଖାନା ରହିଛି । ଏଠାରୁ ଜଣେ ଚୋର ଲୁହା ଚୋରି କରିବାକୁ ଆସିଥିଲେ । ହେଲେ ସେ କାରଖାନା ଛାତରୁ ଖସି ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ହେଲେ ସ୍ଥାନୀୟ ପୋଡ଼ସିଙ୍ଗ ଗାଁର ଚାମୁ ଟପ୍ପୋ । ରାଜଗାଙ୍ଗପୁର ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଏହି କାରଖାନା ୨୦୨୦ ମସିହାରୁ ବନ୍ଦ ରହିଛି । କାରଖାନାରୁ ଅନେକ ବଡ ବଡ ଲୁହା ଚୋରି ହେଉଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।