ଅପରାଧ ରାଜ୍ୟ

ଚୋରି କରିବାକୁ ଆସି ଧରାପଡିଗଲା ଚୋର, ନଡିଆ ଗଛରେ ବାନ୍ଧି ଦେଲେ ଘର ମାଲିକ

କେନ୍ଦ୍ରାପଡ଼ା ୨୦।୦୯ : ଚୋରି କରିବାକୁ ଆସି ଧରାପଡିଗଲା ଚୋର l ଘର ମାଲିକ ଚୋରକୁ କାବୁ କରିନେଲେ l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜଣ୍ଟିଲୋ ଗାଁ ରେ ଘଟିଛି ଏହି ଘଟଣା l

ଖବର ଅନୁଯାୟୀ, ଜଣ୍ଟିଲୋ ଗାଁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମଳୟ ରଞ୍ଜନ ବାରିକ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ ଘରେ ତାଲା ପକାଇ ଗାଁରେ ଥିବା ନିଜର ଅନ୍ୟ ଏକ ଘରକୁ ଯାଇଥିଲେ l ଗାଁ ଭିତରୁ ଫେରି ଦେଖିବାରୁ ତାଙ୍କ ଘରର ଗ୍ରୀଲ ଭଙ୍ଗାଯାଇଛି l ଦୁଇଜଣ ଯୁବକ ହାତରେ କିଛି ଜିନିଷ ଧରି ପଦାକୁ ବାହାରୁଛନ୍ତି l ମଳୟ ଦୌଡ଼ି ଯାଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମାଡି ବସିଥିଲେ l ଅନ୍ୟଜଣେ ଦୌଡ଼ି ପଳାଇ ଯାଇ ରାସ୍ତା ଉପରେ ଅପେକ୍ଷା କରିଥିବା କାରରେ ଫେରାର୍ ହୋଇଯାଇଥିଲା l ଗାଁ ଲୋକେ ଚୋରକୁ କାବୁ କରି ନଡ଼ିଆ ଗଛରେ ବାନ୍ଧି ପକାଇଲେ l

ସେହିପରି ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡିରେ ପୂର୍ବରୁ ଦୁଇଜଣ ବସି ରହିଥିଲେ l ଘର ମାଲିକଙ୍କ ସୂଚନା ଅନୁଯାଇ ତାଙ୍କ ସିସି କ୍ୟାମେରା ର ହାର୍ଡ ଡିସ୍କ ଓ କିଛି ଟଙ୍କା ଗହଣା ଚୋର ନେଇଯାଇଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ହେପାଜତକୁ ନେଇଛି l.

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।