ଅପରାଧ ରାଜ୍ୟ

ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ ୧୩।୦୬ : ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଲମତାପୁଟ ପୋଲିସ୍ ଚଢାଉ କରିଥିଲା। ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ନୁଆପୁଟ ନଦୀ ଘାଟରେ ଚଢାଉ କରି ବିପୁଳ ଗଞ୍ଜେଇ ଜବତ କରିଛି ।

ଖବର ଅନୁଯାୟୀ, ଜବତ ହୋଇଥିବା ଗଞ୍ଜେଇକୁ ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ଜଲାପୁଟ ଜଳଭଣ୍ଡାର ଦେଇ ନୁଆପୁଟ ଘାଟରେ ଗଛିତ କରି ଅନ୍ୟରାଜ୍ୟକୁ ଚୋରା ଚାଲାଣ ପାଇଁ ରଖାଯାଇଥିଲା। ପୋଲିସ ଆସିବା ଦେଖି ଅନ୍ଧାର ର ସୁଯୋଗ ନେଇ ଘଟଣାସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରୁ ୩୧ଟି ବସ୍ତାରେ ପ୍ରାୟ ସାଢେ ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କୋରାପୁଟ ପୋଲିସ ଗଞେଇ ଚୋରା ଚାଲାଣ ରୋକିବାକୁ ବହୁ ସଫଳତା ପାଉଥିବା ବେଳେ ଅବକାରୀ ଏବଂ ବନ ବିଭାଗ ସମ୍ପୂର୍ଣ ଫେଲ୍ ମାରିଛନ୍ତି । ଗଛିତ ରଖାଯାଇଥିବା ଗଞ୍ଜେଇ ଉପରେ ଲଗାତର ଚଢାଉ କରୁଛି ପୋଲିସ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।