ଖେଳ ରାଜ୍ୟ

ଚେସ୍ ଅଲମ୍ପିଆଡ : ଭାରତୀୟ ଦଳରେ ଓଡିଆ ଝିଅ ପଦ୍ମିନୀ ରାଉତ

ଭୁବନେଶ୍ୱର,୦୩/୦୫: ଜୁଲାଇ ୨୮ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ୪୪ତମ ଚେସ୍‌ ଅଲିମ୍ପିଆଡ୍‌ । ସର୍ବଭାରତୀୟ ଚେସ୍‌ ଫେଡେରେସନ୍‌ (ଏଆଇସିଏଫ୍‌) ପକ୍ଷରୁ ସୋମବାର ୨୦ ଜଣିଆ ଖେଳାଳି ତାଲିକା ପ୍ରକାଶ କରାଯାଇଛି । ପୁରୁଷ ଦଳରେ ୧୦ ଏବଂ ମହିଳା ଦଳରେ ୧୦ ଜଣ ସାମିଲ ରହିଛନ୍ତି । ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ପଦ୍ମିନୀ ରାଉତ ମହିଳା ଦଳରେ ସାମିଲ ହୋଇଛନ୍ତି । ମର୍ଯ୍ୟାଦାଜନକ ଚେସ୍‌ ଅଲିମ୍ପିଆଡ୍‌ ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ଶେଷ ହେବ ।

ଭାରତୀୟ ଓପନ ଦଳ–୧: ଜିଏମ୍‌ ଭି. ସନ୍ତୋଷ ଗୁଜରାଥି (୨୭୨୩), ଜିଏମ୍‌ ହରିକ୍ରିଷ୍ଣା ପେଣ୍ଟାଲା (୨୭୦୫), ଜିଏମ୍‌ ଏରିଗାଇସି ଅର୍ଜୁନ (୨୬୭୫), ଜିଏମ୍‌ ନାରାୟଣ ଏସ୍‌ଏଲ୍‌ (୨୬୬୨), ଜିଏମ୍‌ ଶଶୀ କିରଣ କ୍ରିଷ୍ଣା (୨୬୫୧) ।

ଓପନ ଦଳ–୨: ଜିଏମ୍‌ ନିହାର ସରିନ (୨୬୪୬), ଜିଏମ୍‌ ଡି ଗୁକେଶ (୨୬୫୯), ଜିଏମ୍‌ ବି ଅଧିବନ (୨୬୧୬), ଜିଏମ୍‌ ଆର୍‌ ପ୍ରଜ୍ଞାନନନ୍ଦା (୨୬୪୨), ଜିଏମ୍‌ ସଧୱାନି ରାଉନକ (୨୬୧୯) । ମହିଳା ଦଳ-୧: ଜିଏମ୍‌ କୋନେରୁ ହମ୍ପି (୨୫୮୬), ଜିଏମ୍‌ ହାରିକା ଡ୍ରୋନାଭାଲି (୨୫୧୭), ଆଇଏମ୍‌ ଆର. ବୈଶାଳୀ (୨୪୦୩), ଆଇଏମ୍‌ ତନିଆ ସଚଦେବ (୨୩୯୯), ଆଇଏମ୍‌ ଭକ୍ତି କୁଲକର୍ଣ୍ଣି (୨୩୭୦) ଏବଂ ଦଳ-୨: ଡବ୍ଲ୍ୟୁଜିଏମ୍‌ ବନ୍ତିକା ଅଗ୍ରୱାଲ (୨୩୭୧), ଆଇଏମ୍‌ ସୌମ୍ୟା ସ୍ୱାମୀନାଥନ (୨୩୫୮), ଡବ୍ଲ୍ୟୁଜିଏମ୍‌ ଗୋମେଜ ମେରିଆନ (୨୩୪୯), ଆଇଏମ୍‌ ପଦ୍ମିନୀ ରାଉତ (୨୩୪୮) ଓ ଡବ୍ଲ୍ୟୁଜିଏମ ଦିବ୍ୟା ଦେଶମୁଖ (୨୩୧୭) ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ