ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଚେନ୍ନାଇରେ ପ୍ରକୃତି ମିଶ୍ରଙ୍କ ପରିବାର: ସୋସିଆଲ ମିଡିଆରେ ଫଟୋ ସେୟାର କଲେ ମା’, କହିଲେ ଆମେ ରିଲାକ୍ସ

ଭୁବନେଶ୍ୱର ୨୬/୦୭: ବାବୁସାନ-ତୃପ୍ତି ଓ ପ୍ରକୃତି କଳି ଭିତରେ ସାମ୍ନାକୁ ଆସିଛି ପ୍ରକୃତିଙ୍କ ପରିବାରର କିଛି ଫଟୋ । ସୋସିଆଲ୍ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି ପ୍ରକୃତିଙ୍କ ମା କୃଷ୍ଣପ୍ରିୟା ମିଶ୍ର । ଲେଖିଛନ୍ତି ଯେ- ‘ବହୁତ ପ୍ରତିବନ୍ଧକ ପରେ ସପରିବାର ଆମେ ଚେନ୍ନାଇରେ ଏକାଠି ହୋଇଛୁ । ଏବେ ଆମେ ସାମାନ୍ୟ ରିଲାକ୍ସ ଅନୁଭବ କରୁଛୁ ।

ଶନିବାରର ଘଟଣା ପରେ ପ୍ରକୃତି ମିଶ୍ର ବି ଚେନ୍ନାଇ ଯାଇଥିଲେ । ଏପରିକି ଚେନ୍ନାଇରୁ ସେ ଗଣମାଧ୍ୟମରେ ବିବାଦ ସମ୍ପର୍କରେ ସଫେଇ ବି ରଖିଥିଲେ । ଏବେ ପ୍ରକୃତି ମିଶ୍ରଙ୍କ ସହ ପରିବାର ବର୍ଗ ବି ଚେନ୍ନାଇ ଯାଇଛନ୍ତି । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କ୍ରିଷ୍ଣା ମିଶ୍ର ଚେନ୍ନାଇ ଯାଇ ସେଠାରୁ ଏକାଠି ରହିଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସେପଟେ ପ୍ରକୃତି ଓ ବାବୁସାନ୍ ଚେନ୍ନାଇରେ ଥିଲେ ସତ କିନ୍ତୁ ସେଠାରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି । ଏହା ଭିତରେ ପ୍ରକୃତିଙ୍କ ପରିବାର ଏକାଠି ରହିଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ପ୍ରକୃତି, ତାଙ୍କ ମା’ କୃଷ୍ଣପ୍ରିୟା, ବାପା ମନ୍ମଥ ମିଶ୍ର ଓ ଭାଇ ଏକ ହୋଟେଲ ଟେବୁଲ୍‌ରେ ବସିଛନ୍ତି । ଏହି ଫଟୋରୁ, ପ୍ରକୃତିଙ୍କ ପରିବାର ଚେନ୍ନାଇରେ ପହଞ୍ଚିଥିବା ଜଣାଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ