ଖେଳ ଦେଶ ବିଦେଶ

‘ଚେନ୍ନାଇକୁ ପ୍ଲେ-ଅଫରେ ପହଁଚାଇପାରିବେ ଧୋନୀ’- ସେହ୍ୱାଗ

ନୂଆଦିଲ୍ଲୀ ୦୩/୦୫: ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗସର ମଙ୍ଗ ଧରିଛନ୍ତି । ସେ ଅଧିନାୟକ ହେଲା ପରେ ପ୍ରଥମ ମ୍ୟାଚରେ ଚେନ୍ନାଇ ଦମଦାର ବିଜୟ ହାସଲ କରିଥିଲା । ରବିବାର ଖେଳାଯାଇଥିବା ମୁକାବିଲାରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ମାତ୍ ଦେଇଥିଲା । ଏହା ସିଏସକେର ତୃତୀୟ ବିଜୟ ଥିଲା ।

ବିଜୟ ସତ୍ତ୍ୱେ ଚେନ୍ନାଇର ପ୍ଲେ ଅଫ୍ ଯାତ୍ରା ସେତେ ସହଜ ନୁହେଁ । କିନ୍ତୁ ଭାରତର ପୂର୍ବତନ ଓପନର ତଥା ବିସ୍ଫୋରକ ବ୍ୟାଟର ବିରେନ୍ଦ୍ର ସେହ୍ୱାଗ ଧୋନୀ ଚେନ୍ନାଇକୁ ପ୍ଲେ ଅଫରେ ପହଁଚାଇପାରିବେ ବୋଲି କହିଛନ୍ତି ।

ସେହ୍ୱାଗ କହିଛନ୍ତି ଯେ, ସେ ୨୦୦୫ରୁ ଧୋନୀଙ୍କୁ ଜାଣିଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଧୋନୀଙ୍କ ନେତୃତ୍ୱରେ ଦଳ ଅନେକ ଆଇସିସି ଓ ଘରୋଇ ଟ୍ରଫି ଜିତିଛି । ଯେଉଁଥିରେ ଦଳ ହାରୁଥିଲା ସେଥିରେ ବିଜୟ ମିଳିଥିଲା । ତେଣୁ ଏହି ସବୁକୁ ନଜରରେ ରଖି ଚେନ୍ନାଇକୁ ମାହି ପ୍ଲେ ଅଫରେ ପହଁଚାଇପାରନ୍ତି ।

ସୂଚନାଯୋଗ୍ୟ, ଦଳ ଆଗାମୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ । ଦଳ ଏବେ ୩ଟି ବିଜୟ ସହ ୬ ପଏଁଣ୍ଟ ପାଇଛି । ପ୍ଲେ ଅଫରେ ପହଁଚିବାକୁ ହେଲେ ସିଏସକେକୁ ପରବର୍ତ୍ତୀ ସବୁ ମ୍ୟାଚ୍ ଭଲ ରନ ରେଟରେ ଜିତିବାକୁ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ