ଅପରାଧ ରାଜ୍ୟ

ଚେଙ୍କ ନେଲା ୯ ମାସର ଶିଶୁ ପୁତ୍ର ଜୀବନ, ଦେହରେ ରହିଛି ୨୦ଟି ଚିହ୍ନ !

ଉମରକୋଟ ୩୦।୦୭ : ଚେଙ୍କ ଦେଇ ୯ ମାସର ଶିଶୁକୁ ହତ୍ୟା। ଚେଙ୍କ ଚିକିତ୍ସାରେ ଗଲା ୯ ମାସର ଶିଶୁର ଜୀବନ। ନବରଙ୍ଗପୁର ରାଇଘର ବ୍ଲକ ଜଡ଼ାପାରା ଗ୍ରାମର ୯ ମାସର ଶିଶୁପୁତ୍ରର ଜୀବନ ଚେଙ୍କ ଚିକିତ୍ସାରେ ଯାଇଛି।

ଖବର ଅନୁଯାୟୀ, ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡକୁ ଗତ ସୋମବାର ଦିନ ଥଣ୍ଡା କାଶ ଜ୍ବର ହୋଇଥିଲା। କିନ୍ତୁ ପରିବାର ଲୋକେ ଡାକ୍ତରଖାନାକୁ ନ ନେଇ ଜଣେ ବୃଦ୍ଧାଙ୍କୁ ଡକାଇ ଚେଙ୍କ ଚିକିତ୍ସା କରିଥିଲେ। ତେବେ ଚେଙ୍କ ଚିକିତ୍ସା ଯୋଗୁଁ ରୂପେଶର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ରୂପେଶ ଦେହରେ ପ୍ରାୟ ୨୦ଟି ଚେଙ୍କ ଚିହ୍ନ ଦେଖିବାକୁ ମିଳିଛି। ପରେ ଏ ସମ୍ପର୍କରେ ଖବର ପାଇ ଆଶାକର୍ମୀ ୧୦୮ ଆମ୍ବୁଲାନ୍ସ ଡକାଇ ଶିଶୁ ପୁତ୍ରକୁ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ରୂପେଶର ଚିକିତ୍ସା ଜାରି ରହିଥିଲା। କିନ୍ତୁ ପରିବାର ଲୋକେ ଘରକୁ ଫେରିଯିବାକୁ ଇଛା କରିବାରୁ ଡାକ୍ତର ଶିଶୁପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ତାକୁ ଛଡ଼ାଯିବ ନାହିଁ ବୋଲି ମନା କରିଥିଲେ।

ତେବେ ଗତ ଗୁରୁବାର ଦିନ ସକାଳ ପ୍ରାୟ ୧୦ଟାରେ ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ରୂପେଶକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇଥିଲେ। ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଜଣାଇଥିଲେ। ଆଶାକର୍ମୀ ପୁଣି ଥରେ ସୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ରୂପେଶକୁ ଘରୋଇ ଚିକିତ୍ସା କରାଯାଉଥିଲା। ଆଶାକର୍ମୀ ସେମାନଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ବୁଝି ନଥିଲେ। ଶେଷରେ ଶିଶୁପୁତ୍ରଟି ପ୍ରାଣ ହରାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।