ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୂମନଙ୍କ ପରିବାରକୁ ସାହା ହେଲା ପ୍ରଶାସନ, ସହାୟତାର ହାତ ବଢାଇଲେ ଜିଲ୍ଲାପାଳ

ବଲାଙ୍ଗୀର ୧୪/୧୧: ପେପର ବୟ ଚୁମନ ରାଓଙ୍କ ପରିବାରକୁ ଫେରିବ ଖିୁସି । ସତରେ ବଡ ହୋଇ ଡାକ୍ତର ହେବ ଚୂମନ । ଏକଥା ଆମେ କହୁନି ବରଂ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି କିଛି ହେବାକୁ ଯାଉଛି ଚୂମନ କ୍ଷେତ୍ରରେ । ଅସହାୟ ପରିବାରକୁ ସାହା ହୋଇଛି ଜିଲ୍ଲା ପ୍ରଶାସନ । ଗଣମାଧ୍ୟମରେ ଚୂମନ ବିଷୟରେ ଖବର ପ୍ରସାରଣ ପରେ ତାଙ୍କ ଘରେ ପହଁଞ୍ଚିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।

ଚୁମନକୁ ସହାୟତାର ହାତ ବଢ଼ାଇଛନ୍ତି ଜିଲ୍ଲାପାଳ । ଚୁମନର ପାଠ ପଢା ଓ ତାଙ୍କ ମାଆ ଚିକିତ୍ସା ଖର୍ଚ୍ଚ ବୁଝିବ ଜିଲ୍ଲା ପ୍ରଶାସନ । ସୂଚନା ଥାଉକି ବାପା ଚାଲିଯିବା ପରେ କଅଁଳ ବୟସରେ ପରିବାର ସମ୍ଭାଳୁଛନ୍ତି ଚୂମନ । ରୋଗିଣା ମାଆ ଓ ୮ ବର୍ଷର ଭାଇକୁ ପୋଷୁଛନ୍ତି ଚୂମନ । ପାଠପଢା ସାଙ୍ଗକୁ ପେପର ହକରିଂ କରି ପରିବାରର ବୋଝ ସମ୍ଭାଳୁଛନ୍ତି ।

୧୩ ବର୍ଷର ବାଳକ ଚୂମନ ଘରକୁ ଘର ବୁଲି ପେପର ପକାଇବା ସହ ସ୍କୁଲ ଯାଇ ପାଠ ପଢନ୍ତି । ତେବେ ଏନେଇ ଗଣମାଧ୍ୟମରେ ଖବର ବାଜିଥିଲା । ଯାହାକୁ ଦେଖିବା ପରେ ଆଗେଇ ଆସିଥିଲା ଜିଲ୍ଲା ପ୍ରଶାସନ । ଆଉ ଚୂମନର ସମସ୍ତ ସୁବିଧା ଅସୁବିଧା ବୁଝିବାକୁ ଦେଇଛନ୍ତି ପ୍ରତିଶୃତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।