ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ୍ ସୀମାନ୍ତରେ ଯେକୌଣସି ପରିସ୍ଥିତି ପାଇଁ ଭାରତ ପ୍ରସ୍ତୁତ: ସେନାମୁଖ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବେଙ୍ଗାଲୁରୁ : ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ରବିବାର କହିଛନ୍ତି ଯେ ଭାରତ ତା’ର ସୁରକ୍ଷା ବ୍ୟବସ୍ଥା ଖୁବ୍ କଡ଼ାକଡ଼ି କରିଛି ଏବଂ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚୀନ୍ ପଟୁ ଯେକୌଣସି ଆହ୍ବାନ ଆସିଲେ ବି ତା’ର ମୁକାବିଲା କରିବା ପାଇଁ ଆମ ସେନା ସଦା ପ୍ରସ୍ତୁତ ରହିଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ବାର୍ଷିକ ସେନା ଦିବସ ପାଳନ ଅବସରରେ ଉଦ୍‌ବୋଧନ ଦେଇ ଜେନେରାଲ ପାଣ୍ଡେ କହିଛନ୍ତି ଯେ, ଉତ୍ତର ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ପ୍ରାୟ ସ୍ବାଭାବିକ ହୋଇ ଆସିଲାଣି ଏବଂ ଶାନ୍ତିରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଜେନେରାଲ ପାଣ୍ଡେ କହିଲେ ଯେ, ଗତବର୍ଷ ଭିତରେ ଆମ ସେନା ଅନେକ ସୁରକ୍ଷା-ସମ୍ବନ୍ଧିତ ଆହ୍ବାନର ସମ୍ମୁଖୀନ ହୋଇଛି। କିନ୍ତୁ ଦୃଢ଼ତାର ସହ ସେସବୁର ମୁକାବିଲା କରାଯାଇଛି। ଭବିଷ୍ୟତର ସମ୍ଭାବ୍ୟ ପରିସ୍ଥିତି ପାଇଁ ଆମେ ଅଧିକ ସତର୍କ ଓ ପ୍ରସ୍ତୁତ ହୋଇ ରହିଛୁ। ଆମ ସେନାର ଯୁଦ୍ଧକ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଛି। ପାକିସ୍ତାନର ଛାୟାଯୁଦ୍ଧ ସମ୍ପର୍କରେ ସେନାମୁଖ୍ୟ କହିଲେ ଯେ, ପଶ୍ଚିମ ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ କମିଥିଲେ ମଧ୍ୟ ସୀମା ସେପଟେ ଆତଙ୍କବାଦୀ ଭିତ୍ତିଭୂମି ରହିଛି। ଅନେକ ପ୍ରକ୍ସି ଆତଙ୍କବାଦୀ ସଂଗଠନ ଟାର୍ଗେଟ୍‌ କରି ହତ୍ୟା କରୁଛନ୍ତି। ସେମାନଙ୍କର ସବୁ ଉଦ୍ୟମକୁ ପଣ୍ଡ କରିବା ପାଇଁ ଆମ ସେନା ପ୍ରତିବଦ୍ଧ। ଜମ୍ମୁ-କାଶ୍ମୀର ଜନସାଧାରଣ ହିଂସାପଥ ତ୍ୟାଗ କରି ଏବେ ସ୍ବାଭାବିକ ଜୀବନ ଆପଣେଇଲେଣି ବୋଲି ଜେନେରାଲ ପାଣ୍ଡେ କହିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ