ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ୍‌ ସଙ୍କଟ ବଢ଼ାଇଛି ବିଏଫ୍‌.୭ ପ୍ରଜାତି, ୩ ମାମଲା ଭାରତରେ ଠାବ

ନୂଆଦିଲ୍ଲୀ: ଚୀନ୍‌ରେ ଏବେ କୋଭିଡ୍‌ ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଭୟାନକ ହୋଇପଡ଼ିଛି। ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦ୍ବିତୀୟ ଲହରରେ ଡେଲ୍‌ଟା ସଂକ୍ରମଣ ବେଳେ ଭାରତର ଅବସ୍ଥା ଯେମିତି ହୋଇଥିଲା, ଚୀନ୍‌ରେ ଏବେ ସେହିଭଳି ଅବସ୍ଥା। ଚୀନ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ ଭାରତ ମଧ୍ୟ ସତର୍କ ହୋଇଯାଇଛି । କରୋନା ଭୂତାଣୁର ଓମିକ୍ରନ୍ ଉପକିସମ ବିଏଫ୍‌.୭ ଯୋଗୁଁ ଚୀନ୍‌ରେ ସଂକ୍ରମଣର ବଡ଼ ଲହର ଚାଲିଛି।

ଏବେ ରିପୋର୍ଟ ମିଳିବାରେ ଲାଗିଛି ଯେ ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ, ଚୀନ୍ ଓ ଆମେରିକାରେ ସଂକ୍ରମଣ ବୃଦ୍ଧି ପାଇଛି। ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପ୍ରତ୍ୟେକ ପଜିଟିଭ୍ ନମୁନାର ଜିନୋମ୍ ସିକ୍ବେନ୍ସିଂ କରିବାକୁ ଆଦେଶ ଦେଇଛନ୍ତି। ବର୍ତ୍ତମାନ ଭାରତରେ ସପ୍ତାହକୁ ପ୍ରାୟ ୧,୨୦୦ ନୂଆ ସଂକ୍ରମଣ ହେଉଛି। ଓମିକ୍ରନ୍ ଉପକିସମ ବିଏଫ୍‌.୭ ପ୍ରକୃତରେ ବିଏ.୫.୨.୧.୭ ଯାହାକୁ ସଂକ୍ଷେପରେ ବିଏଫ୍‌.୭ ବୋଲି ଲେଖାଯାଉଛି। ଏହା ହେଉଛି ଓମିକ୍ରନ୍ ଭାରିଆଣ୍ଟ ବିଏ.୫ର ଏକ ସବ୍‌-ଲାଇନେଜ୍। ଏହା ଏକ ଅତ୍ୟନ୍ତ ସଂକ୍ରମଣଶୀଳ କିସମ। ରୋଗ ନିରୋଧକ କ୍ଷମତାକୁ ଅତିକ୍ରମ କରିବାର ଶକ୍ତି ଏହାର ଅଛି। ତେବେ ବିଏଫ୍‌.୭ କେବଳ ଚୀନ୍‌କୁ ଗ୍ରାସ କରିଛି ତାହା ନୁହେଁ, ଭାରତରେ ବି ଏହାର ୩ଟି ମାମଲା ଜୁଲାଇରୁ ସେପ୍‌ଟେମ୍ବର ମଧ୍ୟରେ ଠାବ ହୋଇଛି । ଦୁଇଟି ମାମଲା ଗୁଜରାଟରେ ଠାବ ହୋଇଥିବା ବେଳେ ଆଉ ଗୋଟିଏ ମାମଲା ଓଡ଼ିଶାରେ ଠାବ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ