ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚୀନ୍‌ ବିରୋଧରେ ୧୦ ରାଷ୍ଟ୍ରର ଯାତ୍ରା କଟକଣା: ଅଧିକ ତଥ୍ୟ ଦେବାପାଇଁ ‘ହୁ’ର ଅନୁରୋଧ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ଚୀନ୍‌ରେ ଲଗାତାର ସଂକ୍ରମଣ ବଢ଼ିଥିଲେ ସୁଦ୍ଧା ଚୀନ୍‌ ସାରା ବିଶ୍ବକୁ ଏନେଇ ଅନ୍ଧାରରେ ରଖିଛି। ବିଶ୍ବକୁ ଚୀନ୍‌ କରୋନା ତଥ୍ୟ ଦେଉନାହିଁ। ଏଥିପାଇଁ ଚୀନ୍‌ ବିରୋଧରେ ବିଭିନ୍ନ ରାଷ୍ଟ୍ରରେ କଟକଣା ବଢ଼ିଛି। ଭାରତ, ବ୍ରିଟେନ, ଫ୍ରାନ୍ସ ଏବଂ ଆମେରିକା ସମେତ ମୋଟ୍‌ ୧୦ଟି ରାଷ୍ଟ୍ରରେ ଚୀନ୍‌ ପାଇଁ କଟକଣା ଲାଗୁ ‌ହୋଇଛି। ଭାରତ, ବ୍ରିଟେନ ଫ୍ରାନ୍ସ, ଆମେରିକା, ଇଟାଲି, ଜାପାନ , ତାଇୱାନ ଚୀନ୍‌ ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ୍‌ ବାଧ୍ୟତାମୂଳକ କରିଛନ୍ତି। ଚୀନ୍‌ ଯାତ୍ରୀଙ୍କ ‌ଟେଷ୍ଟିଂ ଆରମ୍ଭ କରିବାର କିଛି ଦିନ ପରେ ମିଲନ ବିମାନବନ୍ଦରକୁ ଆସିଥିବା ୫୦ ପ୍ରତିଶତରୁ ଅଧିକ ଚୀନ୍‌ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ଚୀନ୍‌ ସାରା ବିଶ୍ବକୁ କରୋନା ସଂକ୍ରାନ୍ତରେ ଅନ୍ଧାରରେ ରଖିଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ଏନେଇ ଚିନ୍ତା ପ୍ରକଟ କରିଛନ୍ତି।

ଚୀନ୍‌ କରୋନା ସଂକ୍ରମଣ ସଂକ୍ରାନ୍ତରେ ଅଧିକ ତଥ୍ୟ ଦେବାପାଇଁ ହୁ ଅନୁରୋଧ କରିଛି। ଚୀନ୍‌ ଦୈନିକ ସଂକ୍ରମଣ ତଥ୍ୟ ଦେବା ବନ୍ଦ କରିଦେବାପରେ ଏହାକୁ କଡ଼ା ସମାଲୋଚନା କରାଯାଇଛି। ଆଜି ଚୀନ୍‌ ଅଧିକାରୀମାନେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନଙ୍କ ସହ କରୋନା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏକ ଅନଲାଇନ ମିଟିଂରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ୍‌ଠାରୁ ଜେନେଟିକ ସିକ୍ବେନ୍ସିଂ, ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା, ଟିକାକରଣ ଏବଂ ମୃତ୍ୟୁ ସଂକ୍ରାନ୍ତରେ ଅଧିକ ତଥ୍ୟ ଦାବି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ