ଅପରାଧ ଦେଶ ବିଦେଶ

ଚୀନ୍ ଜାହାଜରୁ ଗାଏବ ହୋଇଗଲେ କର୍ମଚାରୀ, ମୁନ୍ଦ୍ରାକୁ ଗହମ ଧରି ଆସୁଥିଲା ‘ଲକ୍ ଫର୍ଚ୍ୟୁନ’

ନୂଆଦିଲ୍ଲୀ ୦୨/୦୬: ମଝି ସମୁଦ୍ରରେ ଗାଏବ ହୋଇଗଲେ ଜାହାଜ କର୍ମଚାରୀ । ଚୀନରୁ ଗହମ ନେଇ ଆସୁଥିବା ଜାହାଜ ଲକ୍ ଫର୍ଚ୍ୟୁନର ଜଣେ କର୍ମଚାରୀ ସମୁଦ୍ରରେ ହଜି ଯାଇଛନ୍ତି । ଗୁଜୁରାଟର ମୁନ୍ଦ୍ରା ସ୍ଥିତ ଅଡାନୀ ପୋର୍ଟ ପହଁଚିବା ପରେ ଜାହାଜର ଜଣେ କର୍ମଚାରୀ ନଖୋଜ ଥିବା ଜଣା ପଡିଥିଲା । ଏନେଇ ଜଜାହାଜର କ୍ୟାପ୍ଟେନ ପୋଲିସରେ ସୂଚନା ଦେଇଛନ୍ତି । ତେବେ ନିଖୋଜ କର୍ମଚାରୀ ଜଣଙ୍କ ଉତ୍ତର ଚୀନର ଜୁ ଝାଙ୍ଗ୍ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ପାନାମା ରେଜିଷ୍ଟର୍ଡ ଲକ୍ ଫର୍ଚ୍ୟୁନ ନାମକ ଏକ ଜାହାଜ ଚୀନରୁ ମାଙ୍ଗାଲୋର ଆସିଥିଲା । ସେଠାରୁ ଜାହାଜଟି ମୁନ୍ଦ୍ରା ସ୍ଥିତ ଅଡାନୀ ପୋର୍ଟ ଯାଇଥିଲା । ଯାହା ମାଙ୍ଗାଲୋରରୁ ପ୍ରାୟ ୬୦ ନୌଟିକାଲ ମାଇଲ୍ ଦୂର । ତେବେ ଏଥିରେ ଥିବା ଜଣେ କର୍ମଚାରୀଙ୍କ କୌଣସି ପତ୍ତା ମିଳିନଥିଲା । ମୋଟ ୨୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୨୨ ଜଣ ହିଁ ଉପସ୍ଥିତ ଥିଲେ ।

ଜାହାଜରେ ଥିବା ସମସ୍ତ କର୍ମଚାରୀ ଚୀନର ବୋଲି ଜଣାପଡିଛି । ତେବେ ନିଖୋଜ ଖବର ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୁମ୍ବାଇ ମେରାଇନ ପୋଲିସ ଏହି ମାମଲା ହାତକୁ ନେଇଛି ।

ଘଟଣାକୁ ନେଇ ପଶ୍ଚିମ କଚ୍ଛର ପୋଲିସ ଅଧିକ୍ଷକ ସୌରଭ ସିଂ କହିଛନ୍ତି ଯେ, ଗହମ ଲୋଡ୍ କରି ମୁନ୍ଦ୍ରା ଅଭିମୁଖେ ଏକ ଜାହାଜ ଆସିଥିଲା । ତେବେ ଏଥିରେ ଜଣେ କର୍ମଚାରୀ ନଥିବା ସୂଚନା ମିଳିଥିଲା । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜାହାଜରେ କୌଣସି ସନ୍ଦିଗ୍ଧ ଦ୍ରବ୍ୟ ମିଳିନଥିବା ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ