ଅପରାଧ ଦେଶ ବିଦେଶ

ଚୀନା ଯାତ୍ରୀବାହୀ ବିମାନ ଦୁର୍ଘଟଣା ଇଚ୍ଛାକୃତ: ରିପୋର୍ଟ

ନ୍ୟୁୟର୍କ: ମାର୍ଚ ୨୧ ତାରିଖ ଦିନ ୧୩୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନା ଏୟାର୍‌ଲାଇନ୍‌ ବିମାନଟିକୁ ଜାଣିଶୁଣି ଦୁର୍ଘଟଣାଗ୍ରସ୍ତ କରାଯାଇଥିଲା ବୋଲି ମଙ୍ଗଳବାର ଦିନ ଆମେରିକୀୟ ସମ୍ବାଦପତ୍ର ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍‌ ବକ୍ସ୍‌’ ତଥ୍ୟାବଳି ‌ବିଶ୍ଳେଷଣ କରିଥିବା ଆମେରିକୀୟ ସରକାରୀ ଅଧିକାରୀମାନଙ୍କ ସୂତ୍ରକୁ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ ଉଲ୍ଲେଖ ଅଛି, ଶେଷ ମୁହୂର୍ତ୍ତରେ ଉଡ଼ନ୍ତା ବିମାନଟିକୁ ଜାଣିଶୁଣି ତଳମୁହାଁ କରି ତଳକୁ ଖସାଇ ଦିଆଯାଇଥିଲା।

ସ୍ମରଣଯୋଗ୍ୟ, ଚୀନ୍‌ର ୟୁନ୍ନାନ୍‌ ପ୍ରଦେଶରୁ କୁନ୍‌ମିଙ୍ଗ୍‌ରୁ ଦକ୍ଷିଣପୂର୍ବ ଉପକୂଳବର୍ତ୍ତୀ ଗୁଆନ୍‌ଝୌ ପ୍ରଦେଶକୁ ଯାତ୍ରା କରୁଥିବା ବେଳେ ଗୁଆଙ୍ଗଜି ଅଞ୍ଚଳ ଅନ୍ତର୍ଗତ ଊଝୌଉ ନଗରୀ ବାହାରେ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

‘କକ୍‌ପିଟ୍‌’ରେ ଥିବା କୌଣସି ଜଣେ ବ୍ୟକ୍ତି ଯାହା କହିଲେ ବୈମାନିକ ତାହା କଲେ ବୋଲି ଆମେରିକୀୟ ତଦନ୍ତକାରୀ ଅଧିକାରୀମାନଙ୍କ ପ୍ରାଥମିକ ତଦନ୍ତ ବିଷୟରେ ଜାଣିଥିବା ଜଣେ ବ୍ୟକ୍ତି କହିଥିବା କଥା ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

‘ଫ୍ଲାଇଟ୍‌ ଟ୍ରାକିଙ୍ଗ୍‌ ଡାଟା ସର୍ଭିସ୍‌’ ‘ଫ୍ଲାଇଟ୍‌ ରାଡାର୍‌’ରୁ ଜଣାପଡ଼ିଛି ଯେ, ‘ବୋଇଙ୍ଗ୍‌’ ୭୩୭-୮୦୦ ଜେଟ୍‌ ବିମାନଟି ତଳେ କଚାଡ଼ି ହୋଇ ପଡ଼ିବା ପୂର୍ବରୁ ୨ ମିନିଟ୍‌ରୁ କମ୍ ସମୟ ମଧ୍ୟରୁ ୨୯,୦୦୦ ଫୁଟ୍‌ ଉଚ୍ଚରୁ ତଳକୁ ଖସି ଆସିଥିଲା। ପରେ କିଛି ସମୟ ପାଇଁ ଉକ୍ତ ବିମାନଟିକୁ ଅତି ସ୍ବଳ୍ପ ସମୟ ଲାଗି ସମାନ୍ତରାଳ କରାଯାଇଥିଲ। କିନ୍ତୁ, ପୁଣି ବିମାନଟି ତଳମୁହାଁ ହୋଇ ପର୍ବତ ଉପରେ କଚାଡ଼ ହୋଇପଡ଼ିବା କ୍ଷଣି ହୁତୁହୁତୁ ହୋଇ ଜଳିଉଠିଥିଲା।

କେହି ଜଣେ ବଳପୂର୍ବକ କକ୍‌ପିଟ୍‌ରେ ପ୍ରବେଶ କରି ଜାଣିଶୁଣି ବିମାନଟିକୁ ଦୁର୍ଘଟଣାଗ୍ରସ୍ତ କରାଇଥିବାର ସମ୍ଭାବନା ଥାଇପାରେ ବୋଲି ଉପରୋକ୍ତ ସୂତ୍ରରୁ ଉଦ୍ଧାର କରି ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ