ରାଜ୍ୟ ସ୍ପେଶାଲ ରିପୋର୍ଟ

ଚିଲିକାରେ ଡଲ୍‌ଫିନ୍ ଗଣନା: ୨୭ ଦିନ ବିତିଲା, ଜଣାପଡ଼ିଲାନି ସଂଖ୍ୟା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମଗିରି : ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ବତନ୍ତ୍ର ପରିଚୟ ରହିଛି। ପ୍ରାକୃତିକ ସୈାନ୍ଦର୍ଯ୍ୟ ସାଙ୍ଗକୁ ରଙ୍ଗବେରଙ୍ଗର ପକ୍ଷୀ ଓ ବିରଳ ପ୍ରଜାତିର ଡଲ୍‌ଫିନ୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଇରାୱାଡି ପ୍ରଜାତିର ଡଲଫିନ୍ ଚିଲିକାରେ ଦେଖାଦେଇଥାଏ। ବିଶ୍ବରେ ହାତ ଗଣତି କେତୋଟି ଦେଶରେ ଏହି ପ୍ରଜାତିର ଡଲଫିନ୍ ଦେଖା ଯାଉଥିବା ବେଳେ ଚିଲିକାରେ ଦେଖା ଯାଉଥିବା ଡଲଫିନ୍‌ଙ୍କ ସଂଖ୍ୟା ଅଧିକ ରହିଥାଏ। ଏମାନଙ୍କ ସୁରକ୍ଷା ବନ ବିଭାଗ ହାତରେ ଥିବା ବେଳେ ସ୍ବତନ୍ତ୍ର ଡଲଫିନ୍ ସ୍କ୍ବାଡ୍‌ ମଧ୍ୟ ରହିଛନ୍ତି। ତେବେ ଚିଲିକାରେ ଡଲ୍‌ଫିନ୍ ଏବେ ଅସୁରକ୍ଷିତ ଥିବା ଜଣାପଡ଼ିଛି।

ଚଳିତ ବର୍ଷ ଜାନୁଆରି ୨୧, ୨୨ ଓ ୨୩ ରେ ବନ ବିଭାଗ, ସଡିଏ ଓ ବିଶେଷଜ୍ଞମାନଙ୍କ ଦ୍ବାରା ଚିଲିକାରେ ଡଲ୍‌ଫିନ୍ ଗଣନା କରାଯାଇଥିଲା। ମୋଟ ୧୮ଟି ଟିମ୍ ଚିଲିକାରେ ଗଣନା କରିଥିଲା। ମାତ୍ର ଆଜି ସୁଦ୍ଧା ଚିଲିକାରେ ଥିବା ଡଲ୍‌ଫିନ୍‌ଙ୍କ ସଂଖ୍ୟା କେତେ ରହିଛି ତା’ର ରିପୋର୍ଟ ପ୍ରକାଶ ପାଇନାହିଁ। ଗଣନାରେ ସାମିଲ ହୋଇଥିବା କେତକ ଟିମ୍‌ର ସୂଚନା ଅନୁଯାୟୀ ଅରଖକୁଦା ଚ୍ୟାନେଲ, ବରକୁଦି ଚ୍ୟାନେଲ, ଚଉବରନାଳି, ବରୁଣେଇ ଚ୍ୟାନେଲରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳିନାହିଁ। ଫଳରେ ଚିଲିକାରେ ଚଳିତ ବର୍ଷ ପୂର୍ବ ବର୍ଷ ଡଲ୍‌ଫିନ୍‌ଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ଥିବା ଆଶଙ୍କା କରାଯାଉଛି। ଅନ୍ୟପଟେ ୨୦୧୩ରେ ଚିଲିକାରେ ଡଲଫିନ୍ ସଂଖ୍ୟା କମିବା ପରେ ଡଲ୍‌ଫିନ୍ ସୁରକ୍ଷା ଦାୟିତ୍ବ ସିଡିଏଠାରୁ ଛଡ଼ାଇ ନିଆଯାଇ ବନ ବିଭାଗକୁ ଦିଆଯାଇଛି।

ଚିଲିକାରେ ଆଲିମ ଜାଲର ବ୍ୟବହାର ଓ ବେଆଇନ ଚିଙ୍ଗୁଡ଼ି ଘେରି ଡଲ୍‌ଫିନ୍ ପାଇଁ ଘାତକ ସାବ୍ୟସ୍ତ ହେଉଥିବା ବିଚାର କରାଯାଉଛି। ଅନ୍ୟପଟେ ଚିଲିକାରେ ଯନ୍ତ୍ର ଚାଳିତ ଡଙ୍ଗା ଏମାନଙ୍କ ମୃତ୍ୟୁର କାରଣ ସାଜୁଛି। ଚଳିତ ବର୍ଷ ଗଣନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରିପୋର୍ଟ ପ୍ରକାଶ ପାଇ ନଥିବାରୁ ସଂଖ୍ୟାକୁ ନେଇ ପୁଣି ଥରେ ଦ୍ବନ୍ଦ୍ବ ଦେଖାଦେଇଛି। ଏ ନେଇ ବନ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ଏହାରି ଭିତରେ ଚିଲିକାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଡଲଫିନ୍ ପ୍ରତି ବିପଦ ଥିବା ଆଶଙ୍କା କରାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।