ଅପରାଧ ଦେଶ ବିଦେଶ

ଚିରା ଜିନ୍‌ସ୍‌ ପିନ୍ଧା ଆମ ସଂସ୍କୃତିରେ ନାହିଁ: ତୀରଥ ସିଂହ ରାୱତ୍‌

ନୂଆଦିଲ୍ଲୀ: ଚିରା ଜିନ୍‌ସ୍‌ ପିନ୍ଧିବା ଭାରତୀୟ ସଂସ୍କୃତିରେ ନାହିଁ ବୋଲି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍ ଦେଇଥିବା ମନ୍ତବ୍ୟରେ ଅଟଳ ଅଛନ୍ତି।

ଚିରା ଜିନ୍‌ସ୍‌ ପିନ୍ଧୁଥିବା ମହିଳାଙ୍କୁ ସମାଲୋଚନା କରି ଗତବର୍ଷ ବିବାଦୀୟ ହୋଇପଡ଼ିଥିବା ତୀରଥ ସିଂହ ରାୱତ୍ ପୂର୍ବ ବିବୃତିକୁ ପୁଣି ଦୋହରାଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଅନେକ ଲୋକ ମୋ ବିବୃତିକୁ ଓ ମନୋଭାବକୁ ସମର୍ଥନ କରିଥିଲେ। ଚିରା ଜିନ୍‌ସ୍‌ ଆମ ସଂସ୍କୃତିର ଅଂଶବିଶେଷ ନୁହେଁ। ଆଜି ମଧ୍ୟ ଚିରା ଜିନ୍‌ସ୍‌ ବିରୋଧରେ ମୁଁ ଦେଇଥିବା ବିବୃତି ପ୍ରତି ଅଟଳ ରହିଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ମାର୍ଚରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ପରେ ରାୱତ୍ କହିଥିଲେ, ଯୁବତୀମାନେ ବିଚିତ୍ର ଫେସନ୍‌ ସ୍ରୋତରେ ଭାସିଯାଉଛନ୍ତି। ପିଲାମାନଙ୍କ ସହିତ ବିମାନରେ ଯାଉଥିବା ଜଣେ ମହିଳା ଚିରା ଜିନ୍ସ୍‌ ଓ ବୁଟ୍‌ ପିନ୍ଧିଥିବା ଦେଖି ସେ ମର୍ମାହତ ହୋଇଥିଲେ ବୋଲି କହିଥିଲେ।

ଯୁବତୀମାନଙ୍କ ବେଶପୋଷାକ ଚୟନ ବିଷୟରେ ଅଧିକ ବ୍ୟାଖ୍ୟା କରି ତୀରଥ ସିଂହ ରାୱତ୍ କହିଛନ୍ତି, ଏଭଳି ଯୁବତୀମାନେ ଯଦି ସମସ୍ୟା ସମାଧାନ କରିବା ନିମନ୍ତେ ସମାଜରେ ବୁଲି ବୁଲି ଜନସାଧାରଣଙ୍କୁ ଭେଟିବେ, ଆମେ ଆମ ସମାଜ ଓ ପିଲାମାନଙ୍କୁ କି ପ୍ରକାରର ବାର୍ତ୍ତା ଦେବା? ସବୁ କଥା ଘରୁ ଆରମ୍ଭ ‌ହୁଏ। ଆମେ ଯାହା କରନ୍ତି, ପିଲାଏ ତାହା ଅନୁକରଣ କରନ୍ତି। ଘରୁ ଠିକ୍‌ ସଂସ୍କାର ପାଇଥିବା ପିଲା, ଯେତେ ଆଧୁନିକ ହେଲେ ବି ଜୀବନରେ ପରାଜୟ ସ୍ବୀକାର କରେନାହିଁ।

ଏଭଳି ମନ୍ତବ୍ୟ ଲାଗି ଅନେକ ନାଗରିକ ଏବଂ ବିଖ୍ୟାତ ବ୍ୟକ୍ତିବିଶେଷ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ସେମାନଙ୍କ ସହ ମିଶି ତାଙ୍କୁ ନିନ୍ଦା କରିଥିଲେ।

ସବୁ ଆଡୁ ଚାପଗ୍ରସ୍ତ ହୋଇ ଶେଷରେ ତୀରଥ ସିଂହ ରାୱତ୍‌ କ୍ଷମା ମାଗିବା ସହ କହିଥିଲେ କି, ଚିରା ଜିନ୍‌ସ୍‌ ପ୍ରତି ତାଙ୍କର କୌଣସି ଆପତ୍ତି ନାହିଁ, କିନ୍ତୁ ଚିରା ଜିନ୍‌ସ୍‌ ପିନ୍ଧିବା ଅନୁଚିତ।

ଏହାର ମାତ୍ର ୪ ମାସରୁ କମ୍‌ ସମୟ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ପୁଷ୍କର ସିଂହ ଧାମୀ ନୂଆ ମୁଖ୍ୟମନ୍ତ୍ରୀ ‌ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ