ଅପରାଧ ରାଜ୍ୟ

ଚିନ୍ମୟୀ ମୃତ୍ୟୁର ରହସ୍ୟ! କେବେ ଆସିବ ଭିସେରା ରିପୋର୍ଟ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବୁର୍ଲା : ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ବିତି ଯାଇଥିଲେ ବି ପୁଲିସ୍ ରହସ୍ୟ ଉନ୍ମୋଚନ କରିବାରେ ସକ୍ଷମ ହୋଇ ପାରିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ଉଲ୍ଲେଖ ରହିଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ଉଦ୍ଦେଶ୍ୟରେ କେହି ତାଙ୍କୁ ପାୱାର ଚାନେଲକୁ ଠେଲିଦେଇଛି ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ। ବିଭିନ୍ନ ଦିଗରୁ ପୁଲିସ୍ ତର୍ଜମା କରିଥିବା ବେଳେ ମୃତ ଚିନ୍ମୟୀଙ୍କ ଡାଏଟମ୍ ରିପୋର୍ଟ ଓ ଭିସେରା ରିପୋର୍ଟ ପ୍ରକୃତରେ ଚିନ୍ମୟୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଥିଲା। ଶୁକ୍ରବାର ଦିନ ଡାଏଟମ୍ ରିପୋର୍ଟ ପୁଲିସ୍‌ର ହସ୍ତଗତ ହୋଇଥିବା ବେଳେ ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ୍।

ସାଧରଣତଃ ବିଷକ୍ରିୟାଜନିତ ମୃତ୍ୟୁ କିମ୍ବା ହତ୍ୟାଜନିତ ମୃତ୍ୟୁରେ ମୃତକଙ୍କ ଭିସେରା ସଂରକ୍ଷଣ କରାଯାଇ ରାଜ୍ୟ ଫୋରେନ୍ସିକ୍‌ ଲ୍ୟାବ୍‌ (ଏସ୍‌ଏଫ୍ଏଲ୍)କୁ ପଠାଯାଇଥାଏ। ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଘଟଣାରେ ମୃତକର ଡାଏଟମ୍ ଓ ଭିସେରା ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥାଏ। ଡାଏଟମ୍ ପରୀକ୍ଷା ଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କ ଜୀବିତ ଅବସ୍ଥାରେ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି ନା ତାଙ୍କୁ କେହି ଅନ୍ୟତ୍ର ମାରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ପାଣିରେ ଫିଙ୍ଗି ଦେଇଛି, ତାହା ସ୍ପଷ୍ଟ ହୋଇଥାଏ। ତେବେ, ଚିନ୍ମୟୀଙ୍କ ଡାଏଟମ୍ ରିପୋର୍ଟରେ ସେପରି କିଛି ସନ୍ଦେହଜନକ ତଥ୍ୟ ବାହାରି ନାହିଁ। ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିବା ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ ହତ୍ୟା କରାଯାଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି। ଭିସେରା ନମୁନା ପଠାଯାଇଛି।

‘ ତଦନ୍ତକାରୀ ଅଧିକାରୀ ଏସ୍‌‌ଏଫ୍ଏଲ୍‌କୁ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରନ୍ତି, ତେବେ ରିପୋର୍ଟ ଶୀଘ୍ର ଆସିଥାଏ’

ଉଲ୍ଲେଖ‌ଯୋଗ୍ୟ ଯେ, ଭିସେରା ନମୁନାରୁ ମୃତକ ନିଶାସେବନ କିମ୍ବା ବିଷପାନ କରିଥିଲେ କି ନାହିଁ, ତାହା ଜଣାପଡ଼ିଥାଏ। ଚିନ୍ମୟୀଙ୍କ ଭିସେରା ନମୁନା ରାଜ୍ୟ ଫୋରେନ୍ସିକ୍‌ ଲ୍ୟାବ୍‌ (ଏସ୍‌ଏଫ୍ଏଲ୍)କୁ ପଠାଯାଇଛି। ଏହି ଭିସେରା ରିପୋର୍ଟରୁ ସେ ନିଶାସେବନ କରିଥିଲେ କି ନାହିଁ ସ୍ପଷ୍ଟ ହୋଇଯିବ। ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଡାଏଟମ୍ ରିପୋର୍ଟରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଏବେ ଭିସେରା ରିପୋର୍ଟ ହିଁ ଚିନ୍ମୟୀ ମୃତ୍ୟୁର ରହସ୍ୟ ଖୋଲିବାରେ ବାଟ ଦେଖାଇବ ବୋଲି ଆଶା ପ୍ରକାଶ କରାଯାଉଛି।
ସାରା ରାଜ୍ୟର ଭିସେରା ପରୀକ୍ଷା ପାଇଁ ରାଜଧାନୀ ଭୁବନେଶ୍ବରରେ ଗୋଟିଏମାତ୍ର ପରୀକ୍ଷାଗାର ରହିଛି। ସେଠାରୁ ଏହି ରିପୋର୍ଟ ଆସିବାକୁ ବହୁ ସମୟ ଲାଗିଯାଉଛି। କେତେକ ଭିସେରା ରିପୋର୍ଟ ଆସିବାକୁ ୬ ମାସରୁ ବି ଅଧିକ ସମୟ ଲାଗିଯାଉଛି। ‌କେତେକ ଭିସେରା ରିପୋର୍ଟ ଆସିବା ବର୍ଷ ପୂରିଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ‌ତେବେ, ତାଙ୍କ କହିବା ଅନୁଯାୟୀ, ଯଦି କୌଣସି ସମ୍ବେଦନଶୀଳ ମାମଲା ହୋଇଥାଏ ଏବଂ ତଦନ୍ତକାରୀ ଅଧିକାରୀ ଏସ୍‌‌ଏଫ୍ଏଲ୍‌କୁ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରନ୍ତି, ତେବେ ରିପୋର୍ଟ ଶୀଘ୍ର ଆସିଥାଏ। ଏବେ ଦେଖିବାକୁ ବାକି ରହିଲା ଯେ ବୁର୍ଲା ପୁଲିସ ଏହି ମାମଲାକୁ ଗୁରୁତର ସହ ନେଇ ଶୀଘ୍ର ଭିସେରା ରିପୋର୍ଟ ପ୍ରସ୍ତୁତ କରିବାକୁ ଏସ୍ଏଫ୍‌ଏଲ୍‌କୁ ଅନୁରୋଧ କରିବେ ନା ଚିନ୍ମୟୀଙ୍କ ମୃତ୍ୟୁର ୯ ଦିନ ପରେ ଯେମିତି ଭିସେରା ନମୁନା ପଠାଗଲା, ସେମିତି ରିପୋର୍ଟ ଆଣିବାକୁ ମଧ୍ୟ ସମୟ ଗଡ଼ାଇବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।