ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଇଲା ଆଉ ଏକ ନୂତନ ଭାରିଆଣ୍ଟ୍ ‘ଡେଲ୍ଟାକ୍ରାନ୍’, ଓମିକ୍ରନ ଓ ଡେଲଟାର ମିଶ୍ରିତ ରୂପ ହେଉଛି ଏହି ଷ୍ଟ୍ରେନ୍

ନୂଆଦିଲ୍ଲୀ: କରୋନାର ନୂଆ ନୂଆ ଭାରିଆଣ୍ଟ୍ ସାମନାକୁ ଆସିବାରେ ଲାଗିଛି । ଯାହାଫଳରେ ମହାମାରୀକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ସାଇପ୍ରସ୍ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ, ଓମିକ୍ରନ୍ ଓ ଡେଲଟାର ମିଶ୍ରଣରେ ଆଉ ଏକ ନୂତନ ଭାରିଆଣ୍ଟ୍ ଉତ୍ପନ୍ନ ହୋଇଛି । ତେବେ ଓମିକ୍ରନ୍ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ସଂକ୍ରାମକ ଭାରିଆଣ୍ଟ୍ ହୋଇଥିବା ବେଳେ ଡେଲଟା ଭାରିଆଣ୍ଟ୍ ଗତ ବର୍ଷ ଅନେକ ଦେଶରେ ମାରାତ୍ମକ ଭାବରେ ବ୍ୟାପିଚାଲିଥିଲା ।

ଆଉ ଏହି ଦୁଇ ଭାରିଆଣ୍ଟ୍ ର ମିଳିତରେ ସୃଷ୍ଟି ହୋଇଥିବା ଭାରିଆଣ୍ଟ କେତେ ମାରାତ୍ମକ ହୋଇଥିବ ତାର ଅନୁମାନ ଲଗାଯାଇପାରେ । ବ୍ଲୁମବର୍ଗ ନ୍ୟୁଜରେ ପ୍ରକାଶ ପାଇଥିବା ଖବର ଅନୁସାରେ, ସାଇପ୍ରସ୍ ର ଅଧ୍ୟୟନକାରୀ ମାନେ ଓମିକ୍ରନ ଓ ଡେଲଟାର ମିଳିତରେ ଆଉ ଏକ ଭାରିଆଣ୍ଟ୍ ସୃଷ୍ଟି ହୋଇଥିବା ଦାବି କରିଛନ୍ତି । ଏହା ଏକ ନୂଆ ଷ୍ଟ୍ରେନ୍ ର ରୂପ ନେଇପାରେ ବୋଲି ଖବର ପ୍ରକାଶ ପାଇଛି ।

ସାଇପ୍ରସ୍ ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନର ପ୍ରାଧ୍ୟାପକ ଲିୟୋଣ୍ଡିୟୋସ୍ କୋଷ୍ଟ୍ରିକ୍ସ ଏହାକୁ “ଡେଲ୍ଟାକ୍ରାନ୍” ନାମ ଦେଇଛନ୍ତି । କାରଣ ଏହାର ଓମିକ୍ରନ ଭଳି ଆନୁବଂଶିକ ଲକ୍ଷଣ ଓ ଡେଲଟା ଭଳି ଜିନୋମ୍ ରହିଛି । ରିପୋର୍ଟ ଅନୁସାରେ, ସାଇପ୍ରସ୍ ରେ ଡେଲ୍ଟାକ୍ରାନ୍ ର ଏବେଯାଏଁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ଏହାର ପ୍ରଭାବ କେତେ ରହିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ