ମୁମ୍ବାଇ: ଚିନ୍ତା ବଢ଼ାଇଲାଣି XE ଭ୍ୟାରିଏଣ୍ଟ। ମୁମ୍ବାଇରେ ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇର ସାନ୍ତାକ୍ରୁଜ୍ରେ ଠାରେ ୬୭ ବର୍ଷୀୟ ବ୍ୟକ୍ତି ଏକ୍ସଇ ଭ୍ୟାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏନେଇ ବୃହନମୁମ୍ବାଇ ନଗର ନିଗମ ସୂଚନା ଦେଇଛି।
ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କର କୌଣସି କାମରେ ମାର୍ଚ୍ଚ ୧୧ ତାରିଖରେ ବଡ଼ୋଦରା ଯାଇ ଏକ ହୋଟେଲ୍ରେ ମିଟିଂରେ ଯୋଗ ଦେଇଥିଲେ। ଏହାପରେ ତାଙ୍କ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ କରାଇବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲା।
କରୋନା ପଜିଟିଭ୍ ହେବା ପରେ ତାଙ୍କ ଠାରେ କୈଣସି ଲକ୍ଷଣ ନଥିବାରୁ ସେ ଗୁଜୁରାଟରୁ ପୁଣି ମୁମ୍ବାଇ ଚାଲିଆସିଥିଲେ। ଏଠାରେ ତାଙ୍କ ସମ୍ପଲର ଜେନମସିକ୍ୟୁଏନ୍ସ ଟେଷ୍ଟ କରିବାରୁ ସେ ଏକ୍ସଇ ଭ୍ୟାରିଏଣ୍ଟରେ ସଂକ୍ରମିତ ଜଣାପଡ଼ିଥିଲେ। ବ୍ୟକ୍ତି ଜଣଙ୍କ କରୋନା ଦୁଇଟି ଡୋଜ୍ ନେଇ ସାରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ବୋଲି ବିଏମ୍ସି ସୂଚନା ଦେଇଛି।
ଆଜି ଗୁଜୁରାଟରେ ମଧ୍ୟ ଜଣେ ଏକ୍ସଇ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛନ୍ତି। ଏହି ବ୍ୟାକ୍ତି ଜଙ୍କ ମାର୍ଚ୍ଚ ୧୩ରେ ପଜିଟିଭ୍ ହୋଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବାସ୍ଥା ସ୍ଥିର ରହିଥିଲା। ହେଲେ ପରେ ସମ୍ପଲ ଟେଷ୍ଟ କରିବାରୁ ସେ ଯେ ଏକ୍ସଇ ଭ୍ୟାରଏଣ୍ଟରେ ପଜିଟିଭ୍ ତାହା ଜଣାପଡ଼ିଥିଲା। ଏହା ପୂର୍ବରୁ ମଧ୍ୟ ମୁମ୍ବାଇରୁ ଜଣେ ଏକ୍ସଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
କେତେ ଭୟଙ୍କର XE ଭ୍ୟାରିଏଣ୍ଟ
ନୂତନ ଭାବେ ଚିହ୍ନଟ ହୋଇଥିବା XE ଭ୍ୟାରିଏଣ୍ଟ ଓମିକ୍ରନ ସବ ଭ୍ୟାରିଏଣ୍ଟ BA.1 ଓ BA.2ର ମ୍ୟୁଟେସନ। ଏହାର ସଂକ୍ରାମକ ଗତି BA.2 ଠାରୁ ୯.୮ ପ୍ରତିଶତ ଅଧିକ। ନୂଆ ଭ୍ୟାରିଏଣ୍ଟକୁ ସହଜରେ ଚିହ୍ନଟ କରାଯାଇପାରୁ ନଥିବାରୁ ଏହାକୁ ଷ୍ଟିଲ୍ଥ ଭ୍ୟାରିଏଣ୍ଟ(ଲୁଚି ରହୁଥିବା) ବୋଲି ବି କୁହାଯାଉଛି ବୋଲି ୟୁକେ ସ୍ୱାସ୍ଥ୍ୟ ଏଜେନ୍ସି UKHSCA କହିଛି।
ୟୁକେରେ ପ୍ରଥମେ ଜାନୁଆରୀ ୧୯ ତାରିଖରେ XE ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା। XE ଭ୍ୟାରିଏଣ୍ଟ ସହି ବ୍ରିଟେନ୍ରେ ଆଉ ଦୁଇ ହାଇବ୍ରିଡି ଷ୍ଟ୍ରେନ XD ଓ XF ଚିହ୍ନଟ କରାଯାଇଛି। BA.1 ଓ ଫ୍ରେଞ୍ଚ ଡେଲ୍ଟା ଭ୍ୟାରିଏଣ୍ଟରୁ XD ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ବେଳେ ୟୁକେ ଡେଲ୍ଟା ଓ BA.1ରୁ XF ଷ୍ଟ୍ରେନ ବିକଶିତ ହୋଇଛି ବୋଲି ସ୍ୱାସ୍ଥ୍ୟା ବିଭାଗ ସୂଚନା ଦେଇଛି।