ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚିକ୍କଣ ତ୍ବଚାର ରହସ୍ୟ ଜାଣିବାକୁ ଚାହାନ୍ତି କି? ଏହି ସବୁୁ ଉପାୟ ଆପଣେଇ ପରୀକ୍ଷା କରି‌ ଦେଖନ୍ତୁ

ଦାଗଶୂନ୍ୟ ଚିକ୍କଣ ମୁହଁ କାହାକୁ ବା ପସନ୍ଦ ନୁହେଁ? ମାତ୍ର ସବୁ ସମୟରେ ଏହା ଆମ ହାତର କଥା ହୋଇନଥାଏ। କାର୍ଯ୍ୟ ଚାପ ଓ ବ୍ୟସ୍ତବହୁଳତା ହେତୁ ଶରୀରର ଯତ୍ନ ନେବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଏକ ରକମର ଅସମ୍ଭବ ହୋଇପଡୁଛି। ମାତ୍ର ନିଜ ଶରୀର ଓ ସୌନ୍ଦର୍ଯ୍ୟ ପାଇଁ ଆମେ ଘରେ ସାମାନ୍ୟ ସମୟ ତ ଦେଇପାରିବା ନା? ତେବେ, ଚାଲନ୍ତୁ ଜାଣିବା ଘରେଇ ଉପାୟ ଜରିଆରେ କିପରି ପାଇବା ସୁନ୍ଦର ଚେହେରା।

ମହୁ ମୁହଁ ପାଇଁ ଖୁବ୍‌ ଭଲ ହୋଇଥାଏ। ଆପଣଙ୍କ ଘରେ ମହୁଥିବ ନିଶ୍ଚୟ। ଆପଣ ସେଥିରୁ ମାତ୍ର ଗୋଟିଏ ଠୋପା ଆଣି ସେଥିରେ ସାମାନ୍ୟ ଗୋଲାପ ଜଲ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘସନ୍ତୁ। ଦେଖିବେ ଆପଣଙ୍କ ମୁହଁରୁ ଛୋଟ ଛୋଟ ଗୁଣ୍ଡି ପରି କିଛି ବାହାରିବ। ଏପରି କରିବା ଦ୍ୱାରା ଆପଣଙ୍କ ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ।

ହଳଦୀ ଗୁଣ୍ଡ ବି ମହୁ ପରି ଭାରି ଉପକାରୀ। ଆପଣ ସାମାନ୍ୟ ହଳଦୀଗୁଣ୍ଡ ହାତରେ ନିଅନ୍ତୁ। ସେଥିରେ ଟିକେ ମହୁ ଓ ପାଣି ମାଶାଇ ମିଶ୍ରଣ କରି ମୁହଁରେ ଲେପ ଦିଅନ୍ତୁ। ଲେପ ଶୁଖିଯିବା ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଚେହେରାରେ ଔଜଲ୍ୟ ଆଣିଥାଏ।

ଘରେ ଯଦି ମରା ନଡ଼ିଆ ତେଲ ଅଛି ତେବେ ଖୁବ୍‌ ଭଲ। ମରା ନଡ଼ିଆ ତେଲକୁ ମୁହଁରେ ଦୈନିକ ମାଲିସ୍‌ କରିବା ଦ୍ୱାରା ମୁହଁର ଚମକ ବଢ଼ିଥାଏ।

ଆଲୋବେରା ଗଛ ନିଜ କୁଣ୍ଡରେ ନିଶ୍ଚୟ ଲଗାନ୍ତୁ। ଦୈନିକ ଆଲୋବେରା ରସକୁ ମୁହଁରେ ଲଗାଇଲେ ତ୍ୱଚା ନରମ ହେବା ସହ ମୁହଁରେ ଥିବା ଧୂଳି କଣିକା ସବୁ ବାହାରି ଯାଇଥାନ୍ତି।

କେବଳ ମୁହଁ ନୁହେଁ, ଶରୀରର ଯେକୌଣସି ଅଙ୍ଗକୁ ଚିକ୍କଣ କରିବାକୁ ଚାହୁଁଥିଲେ ଏହି ସବୁୁ ଉପାୟ ଅବଲମ୍ବନ କରିପାରନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ